ଏସୀୟ କ୍ରୀଡାର ପଦକ ବଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ

Sep 5, 2018 - 20:06
 219
ଏସୀୟ କ୍ରୀଡାର ପଦକ ବଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ
ଭୁବନେଶ୍ୱର,୫ା୯(ସକାଳଖବର): ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନଠାରେ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ପଦକ ବଜେତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏସୀୟ କ୍ରୀଡାରେ ଶ୍ରେଷ୍ଠ ମେଡାଲ ତାଲିକା ପାଇଁ ସେମାନଙ୍କର ଉଦାହରଣମୂଳକ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ପଦକ ବିଜୟୀ ଖେଳାଳିମାନଙ୍କୁ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଭାରତର ମର୍ଯ୍ୟଦା ଏବଂଗୌରବକୁ ବୃଦ୍ଧି କରିଛି । ସେ ଆଶା ପ୍ରକାଶ କରିଥିଲେ ଯେ ପଦକ ବିଜେତା ଖେଳାଳିମାନେ ବିନମ୍ର ରହିବେ ଏବଂ ଯେପରି ଭାବେ ଯଶ ଓ ଖ୍ୟାତି ଯୋଗୁ ଖେଳ ଉପରୁ ସେମାନଙ୍କ ଧ୍ୟାନ ହଟାଇବେ ନାହିଁ । ଭାବ ବିନମୟ ସମୟରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରନ୍ତୁ । ସେ ପୁନ କହିଲେ ଯେ ବୈଷୟିକ ଜ୍ଞାନର ଉପଯୋଗ ଦ୍ୱାରା ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ପ୍ରଦର୍ଶନର ବିଶ୍ଲେଷଣ କରି କ୍ରୀଡ଼ାବିତମାନେ ନିଜ ନିଜ ପ୍ରଦର୍ଶନରେ କ୍ରମାଗତ ଭାବେଉନ୍ନତି ଆଣିବା ଆବଶ୍ୟକ । ଛୋଟ ସହର, ଗ୍ରାମାଂଚଳ ଏବଂ ଗରିବ ଘରୁ ଯୁବ ଆଥଲେଟମାନେ ବିକଶିତ ହୋଇ ଦେଶ ପାଇଁ ମେଡାଲ ଜିଣିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗ୍ରାମାଂଚଳରେ ପ୍ରକୃତ ପ୍ରତିଭା ରହିଛନ୍ତି ଏବଂ ଆମେ ଏହି ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଚାଲୁ ରଖିବା ଆବଶ୍ୟକ । ସେ କହିଲେ ଯେ ଜଣେ କ୍ରୀଡ଼ାବିତ ସ୧ୁଖୀନ ହେଉଥିବା ଦୈନଦିନ ସଂଘର୍ଷ ବିଷୟରେ ବାହାର ଦୁନିଆ ଅଜ୍ଞ ଥାଏ । ଏହିପରି ସଂଘର୍ଷ ମଧ୍ୟ ଦେଇ ଗତିକରି ଦେଶ ପାଇଁ ମେଡାଲ ବିଜୟୀ ହୋଇଥିବା ଖେଳାଳିମାନଙ୍କ ନାମ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ । ସେମାନଙ୍କ ବିଭାଗ ପ୍ରତି ସେମାନଙ୍କର ଦୃଢ଼ତା ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମବୀ ସଲାମ କରିଥିଲେ ଏବଂ ଆଶାପ୍ରକାଶ କରିଥିଲେ ଯେ ସେମାନଙ୍କ ପ୍ରୟାସ ଦ୍ୱାରା ଦେଶର ଅନ୍ୟ ଯୁବପ୍ରତିଭାମାନେ ମଧ୍ୟ ଅନୁପ୍ରାଣିତ ହେବେ । ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ଅନୁପ୍ରେରିତ କରିଥିଲେ ଯେ ସେମାନେ ଯେପରି ସେମାନଙ୍କ ସଫଳତା ପାଖରେ ଅଟକି ଯିବେ ନାହିଁ । ଆହୁରି ଅନେକ ଗୌରବ ଆଣିବା ପାଇଁ ଅଧିକ ପ୍ରୟାସ କରିବାକୁ ସେ ସେମାନଙ୍କୁ କହିଥିଲେ । ସେ କହିଲେ ଯେ ଏସୀୟ କ୍ରୀଡାର ଖେଳାଳିମାନଙ୍କ ପାଇଁ ପ୍ରକୃତ ଆହ୍ୱାନ ଏବେ ଆରମ୍ଭ ହେବ ଏବଂ ଅଲିମ୍ପିକ ପୋଡିଅମରେ ଠିଆ ହେବା ନେଇ ସେମାନଙ୍କ ଲକ୍ଷ୍ୟ ପଥରୁ ସେମାନେ ଯେପରି ଭାବେ ଆଦୌ ବିଚୁ୍ୟତ ହେବେ ନାହିଁ । ଇଣ୍ଡୋନେସିଆର ଜାକର୍ତା ଏବଂ ପାଲେମବାଙ୍ଗଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡାରେ ଭାରତ ମୋଟ ୬୯ଟି ମେଡାଲ ଜିତି ରେକର୍ଡ ସଂଖ୍ୟକ ମେଡାଲ ବିଜୟୀ ହୋଇଛି । ଏହା ୨୦୧୦ରେ ଅନୁଷ୍ଠିତ ଗ୍ୱାଙ୍ଗଝୁ ଏସିଆନଗେମ୍ସର ୬୫ ମେଡାଲ ବିଜୟର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି ।