ଏନ୍ପିସିଆଇର ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ

Aug 16, 2018 - 14:59
 183
ମୁମ୍ବାଇ,୧୬/୮: ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣ ଉଦେ୍ଧଶ୍ୟରେ ଏନ୍ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ କରିଛି । ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ, ଏନ୍ପିସିଆଇ ପରାମର୍ଶଦାତାନ୍ନ୍ନ ନିଲେକାନୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ମିଳିତ ଭାବେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଏନପିସିଆଇ ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଶ୍ୱମୋହନ ମହାପାତ୍ର, ଏନପିସିଆଇ ପରିଚାଳନା ନିଦେ୍ର୍ଧଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍ବେ ଓ ବିଭିନ୍ନ ବ୍ୟାଙ୍କର ଉପସ୍ଥିତ ଥିଲେ । ଗତ ୨ ବର୍ଷରେ ୟୁପିଆଇ ଗ୍ରାହକଙ୍କ ପାଇଁ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି ବୋଲି ଏହି ଅବସରରେ ଏନପିସିଆଇ ପରିଚାଳନା ନିଦେ୍ର୍ଧଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଦିଲୀପ ଆସ୍ବେ କହିଥିଲେ । ୟୁପିଆଇର ଏହି ମଞ୍ଚ ବ୍ୟବସାୟୀ, ବ୍ୟାଙ୍କ ଓ ସାଧାରଣ ଗ୍ରାହକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଆସୁଛି । ଏହା ଉପରେ ଗ୍ରାହକ ବିଶ୍ୱାସ କରୁଥିବାରୁ କାରବାର କ୍ଷେତ୍ରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଛି ।ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାଆରମ୍ଭ ଫଳରେ ଏହି ବ୍ୟବସ୍ଥାର ସଂପ୍ରସାରିତ ହୋଇ ଅଧିକରୁ ଅଧିକ ଗ୍ରାହକ ନିକଟରେ ପହଞ୍ଚିପାରିବ ବୋଲି ସେ କହିଛନ୍ତି । ଏନ୍ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ କହିଛନ୍ତି ଯେ, ଡ଼ିଜିଟାଲ କାରବାର ପାଇଁ ୟୁପିଆଇ ଏକ ଉନ୍ନତ ମଞ୍ଚ ଭାବେ ଉଭା ହୋଇଛି । ଏହାଦ୍ୱାରା ଦେଶର ଅର୍ଥନୀତି ଡ଼ିଜିଟାଲରେ ପରିଣତ ହୋଇପାରିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ଏହି ଅବସରରେ କହିଛନ୍ତି ଯେ, ଡ଼ିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ମଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସିଛି । ଏହା ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଦେବାରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ତୁଲାଇଆସିଛି ବୋଲି ସେ କହିଛନ୍ତି