ରାହୁଲ ଦୋଷୀ ସାବ୍ୟସ୍ତ

Mar 23, 2023 - 05:54
 42
ରାହୁଲ ଦୋଷୀ ସାବ୍ୟସ୍ତ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁରତ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ‘ମୋଦି ସରନେମ’ ମନ୍ତବ୍ୟ ପାଇଁ ରାହୁଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦାଏର ଅପରାଧିକ ମାନହାନି ମାମଲରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରକାଶ ଯେ, ୨୦୧୯ରେ ରାହୁଲ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ । କର୍ଣ୍ଣାଟକର କୋଲାର ଅଞ୍ଚଳରେ ଆୟୋଜିତ ଏକ ରାଲିରେ ରାହୁଲ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ ।