ଉସକାପାଲି ଠାରେ ବିଧାୟକଙ୍କ ଦ୍ୱାରା ପାନୀୟଜଳ ପ୍ରକଳ୍ପ ଉଦଘାଟିତ
କିଶୋରନଗର,୪/୯ (ସକାଳଖବର) କିଶୋରନଗର ବ୍ଲକ ଅନ୍ତର୍ଗତ ଉଶକାପାଲି ଗ୍ରାମ ପଞ୍ଚାୟତର ବାଦିବାହାଳ ଏବଂ ଗରଗଡ଼ବାହାଳ ଠାରେ ଆଠମଲ୍ଳିକ ବିଧାୟକ ସଂଞ୍ଜିବ କୁମାର ସାହୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସେବାର ଭୂମି ପୂଜନ କରାଯାଇଥିଲା । ଏହି କାର୍ଯ୍ୟଟି ହେବା ଦ୍ୱାରା ଉଶକାପାଲି ଗ୍ରାମପଞ୍ଚାୟତର ପ୍ରାୟ ପାଞ୍ଚହଜାରରୁ ଅଧିକ ଲୋକ ଠିକ ଭାବରେ ପାନୀୟ ଜଳ ପାଇବାର ଆଶା କରାଯାଉଛି । ଏଥିସହିତ ସଞ୍ଜାମୁରା ଗ୍ରାମ ପଞ୍ଚାୟତରେ ନିମତିରା ଗ୍ରାମକୁ ଭଲ ରାସ୍ତା ଖଣ୍ଡେ ନଥିବାରୁ ଲୋକ ଯାତାୟତର ନାହିଁ ନଥିବାର ସମ୍ମୁଖୀନ ହେôଉଥିଲେ । ଏହି ସବୁ ଅସୁବିଧା ଜାଣିପାରି ଏହି ରାସ୍ତାର ଭୂମି ପୂଜା ମଧ୍ୟ କରିଥିଲେ । ତା ସହିତ ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରିବା ପାଇଁ ବିଭାଗ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଏହି ସବୁ କାର୍ଯ୍ୟକ୍ରମ ସରିବା ପରେ ଡ଼ାଲିମରା ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଶତାଧିକ ଲୋକ ଯୋଗଦାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କିଶୋରନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ, ବ୍ଲକ ଅଧିକାରୀଣୀ ଅବୃତା ପ୍ରିୟମବଦା, ଉଶକାପାଲି, ଗ୍ରାମପଞ୍ଚାୟତର ସରପଞ୍ଚ ସୁଷମା ପ୍ରଧାନ, ସମିତି ସଭ୍ୟ ଶୁସିଲ ପ୍ରଧାନ, ବାମୁର ସେବା ସମବାୟ ସମିତିର ସଭାପତି ସଞ୍ଜିବ କୁମାର ପ୍ରଧାନ, ଇନ୍ଦ୍ରମଣୀ ପ୍ରଧାନ ସ୍ୱାଧୀନ କୁମାର ବେହେରା, ପ୍ରବୋଧ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।