ଇଂଲଣ୍ଡ ମହିଳା କ୍ରିକେଟରଙ୍କ ସହ ନଜର ଆସିଲେ ଅର୍ଜୁନ ତେନ୍ଦୁଲକର

Jun 28, 2022 - 09:29
 54
ଇଂଲଣ୍ଡ ମହିଳା କ୍ରିକେଟରଙ୍କ ସହ ନଜର ଆସିଲେ ଅର୍ଜୁନ ତେନ୍ଦୁଲକର
ମୁମ୍ବାଇ, ୨୮/୦୬: ଭାରତୀୟ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି । ଏଠାରେ ଟିମ୍ ଟେଷ୍ଟ୍, ଟି୨୦ ଓ ଦିନିକିଆ ସିରିଜ୍ ଖେଳିବ । ତେବେ ଭାରତୀୟ ଖେଳାଳିଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ମଧ୍ୟ ଇଂଲଣ୍ଡ ପହଁଚିଛନ୍ତି । ଏହି ଖେଳାଳି ହେଲେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ଅର୍ଜୁନ କିଛି ଦିନ ପୂର୍ବରୁ ଇଂଲଣ୍ଡରେ ପହଁଚିଥିଲେ । ଏହାମଧ୍ୟରେ ତାଙ୍କର ଏକ ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହା ଚର୍ଚ୍ଚାରେ ରହିଛି । କାରଣ ଅର୍ଜୁନ ଇଂଲଣ୍ଡ ମହିଳା ଟିମ୍ କ୍ରିକେଟର୍ ଡାନିଏଲ୍ ଓ୍ୱାଟଙ୍କ ସହ ନଜର ଆସିଛନ୍ତି । ଓ୍ୱାଟ୍ ନିଜ ଇନଷ୍ଟାଗ୍ରାମ୍ ପେଜରେ ଅର୍ଜୁନଙ୍କ ଫଟୋ ସେୟାର କରିଛନ୍ତି । ଇଂଲଣ୍ଡର ସୋହେ ରେଷ୍ଟୁରାଣ୍ଟରେ ଉଭୟ ଅର୍ଜୁନ ଏବଂ ଓ୍ୱାଟ୍ ଲଞ୍ଚ୍ କରିଥିବା ନଜର ଆସିଛି । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି । କୁହାଯାଏ ଯେ, ଅର୍ଜୁନ ଓ ଓ୍ୱାଟ୍ ଭଲ ବନ୍ଧୁ ଅଟନ୍ତି । ଅର୍ଜୁନ ଯେତେବେଳେ ଇଂଲଣ୍ଡ ଗସ୍ତ କରନ୍ତି ଓ୍ୱାଟଙ୍କୁ ଭେଟିଥାନ୍ତି । ପୂର୍ବରୁ ମଧ୍ୟ ଉଭୟଙ୍କ ଫଟୋ ଅନେକ ଥର ଭାଇରାଲ ହୋଇଛି । ସୂଚନାଯୋଗ୍ୟ, ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିଥିଲା । ହେଲେ ସେ ଆଇପିଏଲରେ ଗୋଟିଏ ହେଲେ ମ୍ୟାଚ୍ ଖେଳିନଥିଲେ । ଅନେକ ଥର ସେ ଡେବ୍ୟୁ କରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ସୁଯୋଗ ପାଇନଥିଲେ । ସେପଟେ ୩୧ ବର୍ଷୀୟା ଇଂଲଣ୍ଡ ମହିଳା କ୍ରିକେଟର୍ ଓ୍ୱାଟ୍ ଦଳର ଷ୍ଟାର୍ ଖେଳାଳି । ସେ ୯୩ ଦିନିକିଆ ଖେଳି ୧୫୦୦ରୁ ଅଧିକ ରନ୍ କରିଛନ୍ତି । ଏହାସହ ୨୭ ଓ୍ୱିକେଟ୍ ଦଖଲ କରିଛନ୍ତି । ଆହୁରି ମଧ୍ୟ ସେ ୧୨୪ ଟି୨୦ ଖେଳି ୨ ହଜାର ରନ୍ କରିଥିବା ବେଳେ ୪୬ଟି ଓ୍ୱିକେଟ୍ ନେଇଛନ୍ତି ।