ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ନଦୀରେ ଜଳପତ୍ତନ ବୃଦ୍ଧି

Jul 12, 2022 - 07:24
 50
ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ନଦୀରେ ଜଳପତ୍ତନ ବୃଦ୍ଧି
ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ମାଲକାନଗିରି। ପ୍ରବଳ ବର୍ଷା ଯୋଗୁଁ ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳପତ୍ତନ ବୃଦ୍ଧି ପାଇଛି। ମୋଟୁ ସୀମାନ୍ତଠାରୁ ୨ କିଲୋମିଟର ଦୂର ଆନ୍ଧ୍ର ପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥର ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ଓ ଆନ୍ଧ୍ର ପ୍ରଦେଶ ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ସୂଚନାନୁଯାୟୀ, ସୋମବାର ରାତିରୁ ମୋଟୁ ସୀମାନ୍ତରେ ଅନେକ ଯାନବାହାନ ଅଟକି ରହିଛି । ସେପଟେ ସୋମବାର ରାତିରେ ଏମଭି ୯୬ ପୋଲ ଉପରେ ୨ ଫୁଟ ପାଣି ଚାଲିଥିବା ବେଳେ ମଙ୍ଗଳବାର ସକାଳୁ ସେଠାରେ ପାଣି କମିଛି । ତେବେ ମାଲକାନଗିରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତଳିଆ ଅଞ୍ଚଳରେ ବର୍ଷା ପାଣି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।