ଆରମ୍ଭ ହେଲା ଭବନେଶ୍ୱରରୁ ଜୟପୁର ବିମାନ ଉଡାଣ

Nov 2, 2021 - 06:15
 120
ଆରମ୍ଭ ହେଲା ଭବନେଶ୍ୱରରୁ ଜୟପୁର ବିମାନ ଉଡାଣ
ଭୁବନେଶ୍ୱର: ଭୁବନେଶ୍ୱର ଏବଂ ଜୟପୁର ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣର ଶୁଭାରମ୍ଭ ହୋଇଛି। ଏଣିକି ଯାତ୍ରୀମାନେ ଭୁବନେଶ୍ୱରରୁ ସିଧାସଳଖ ଭାବରେ ରାଜସ୍ଥାନର ରାଜଧାନୀ ଜୟପୁରକୁ ଯାତ୍ରା କରିପାରିବେ। ବହୁ ଦିନର ଅପେକ୍ଷା ପରେ ଏବେ କେନ୍ଦ୍ର ସରକାର ଏବଂ ଓଡିଶା ସରକାରଙ୍କ ମିଳିତ ପ୍ରୟାସ ପାଇଁ ଏହା ସଫଳ ହୋଇପାରିଛି। ଆଜି ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରାଯାଇଥିବା ବେଳେ ଉଦଘାଟନୀ ସମାରୋହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡଙ୍ଗୀ, ସସ୍ମିତା ପାତ୍ର, ଇଣ୍ଡିଗୋ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିବାରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ କରିବାକୁ ଓଡିଶା ସରକାର ଦାବି କରିଥିଲେ। ସେପ୍ଟେମ୍ବର ୧୭ରେ ଦୁଇ ସହର ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ତାଙ୍କର ହସ୍ତକ୍ଷେପ ଲୋଡି ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ପରେ ନଭେମ୍ବର ୨ରୁ ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। ତେବେ ଏପର୍ଯ୍ୟନ୍ତ ଭୁବନେଶ୍ୱର ୧୯ଟି ସହର ସହ ଯୋଡି ହୋଇଛି ଓ ଆଗକୁ ଭୁବନେଶ୍ୱର ସହ ଅନ୍ୟ ସହରକୁ ଯୋଡିବା ପାଇଁ ପ୍ରସ୍ତାବକୁ ବିଚାର କରାଯିବ ବୋଲି ଜ୍ୟୋତିରାଦିତ୍ୟ କହିଛନ୍ତି।