ଆମ ମେଣ୍ଟର ଶକ୍ତି ଦେଖି ଚାଇନା ମଧ୍ୟ ସୀମାରୁ ପଛକୁ ଯିବ: ସଞ୍ଜୟ ରାଉତ

Aug 31, 2023 - 06:29
 11
ଆମ ମେଣ୍ଟର ଶକ୍ତି ଦେଖି ଚାଇନା ମଧ୍ୟ ସୀମାରୁ ପଛକୁ ଯିବ: ସଞ୍ଜୟ ରାଉତ
ମୁମ୍ବାଇ,୩୧ା୮: ଆଜିଠାରୁ ମୁମ୍ବାଇରେ ବିରୋଧୀ ବ୍ଲକ୍‌ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ)ର ତୃତୀୟ ବୈଠକ ଅନୁଷ୍ଠିତ ହେଉଛି। ଏହାପୂର୍ବରୁ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ‘ଇଣ୍ଡିଆ’ ବୈଠକ ଏମିତି ଜାରି ରହିଲେ ମୁଦ୍ରାସ୍ଫୀତି ହ୍ରାସ ପାଇବ। ୨୦୨୪ରେ କେହି ‘ଇଣ୍ଡିଆ’ ମେଣ୍ଟକୁ ପରାସ୍ତ କରିପାରିବେ ନାହିଁ। ଏହାକୁ ହରାଇବା ଅସମ୍ଭବ। ବିରୋଧୀ ମେଣ୍ଟ ଆଗକୁ ବଢି ଆମର ଶକ୍ତି ଦେଖି ଚାଇନା ସୀମାରୁ ପଛକୁ ଫେରିବା ଆରମ୍ଭ କରିବ। ଏହି ୨ ଦିନିଆ ସମାବେଶରେ ମେଣ୍ଟ ପାଇଁ ଏକ ସମନ୍ବୟ ସମିତି ଘୋଷଣା ସହ ଲୋଗୋ ଜାରି କରାଯିବ। ପରସ୍ପର ମଧ୍ୟରେ ଥିବା ମତଭେଦକୁ ଦୂରକରି ୨୦୨୪ ଲୋକ ସଭା ନିର୍ବାଚନ ସକାଶେ ଇଣ୍ଡିଆ ପକ୍ଷରୁ ମିଳିତ ରଣନୀତି ପ୍ରସ୍ତୁତ କରାଯିବ। ମେଣ୍ଟର ସମାନ ସର୍ବନିମ୍ନ କାର୍ଯ୍ୟସୂଚୀ ଚିଠା ପ୍ରସ୍ତୁତ, ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ମିଳିତ ଯୋଜନା ଏବଂ ଆସନ ଭାଗବଣ୍ଟା କରିବା ପାଇଁ କେତୋଟି କମିଟି ମଧ୍ୟ ଗଠନ କରାଯିବ।