ଆମ ଗାଁ ଆମ ବିକାଶ,୧୯୨ଟି ପଂଚାୟତ ପାଇଁ ୪୦ କୋଟି

Jan 15, 2019 - 18:06
 176
ଆମ ଗାଁ ଆମ ବିକାଶ,୧୯୨ଟି ପଂଚାୟତ ପାଇଁ ୪୦ କୋଟି
ଭୁବନେଶ୍ୱର, ୧୫/୧(ସକାଳଖବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୭ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୯.୮୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା- କଟକ ଜିଲ୍ଲାର ବଡ଼ମ୍ବା, ଦେବଗଡ଼ ଜିଲ୍ଲାର ତେଲେଇବଣୀ, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଓ ଲାଇକେରା, କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଓ ଜୟପୁର, ନୟଗଡ଼ ଜିଲ୍ଲାର ନୂଆଗାଁ, ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲୀ ବ୍ଲକ । ଆଜି ମୁଖ୍ୟମନ୍ତ୍ରୀ ବଡ଼ମ୍ବା ବ୍ଲକର ୩୮ଟି ପଂଚାୟତ ପାଇଁ ୬.୦୨ କୋଟି ଟଙ୍କାରେ ୩୮୩ଟି ପ୍ରକଳ୍ପ, ତେଲେଇବଣୀ ବ୍ଲକର ୨୦ଟି ପଂଚାୟତ ପାଇଁ ୩.୪୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ, କୋଲାବିରା ବ୍ଲକର ୯ଟି ପଂଚାୟତ ପାଇଁ ୨.୨୫ କୋଟି ଟଙ୍କାରେ ୫୮ଟି ପ୍ରକଳ୍ପ, ଲାଇକେରା ବ୍ଲକର ୧୧ଟି ପଂଚାୟତ ପାଇଁ ୨.୭୯ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପ, ବୋରିଗୁମ୍ମା ବ୍ଲକର ୩୧ଟି ପଂଚାୟତ ପାଇଁ ୬.୫୫ କୋଟି ଟଙ୍କାରେ ୨୯୧ଟି ପ୍ରକଳ୍ପ, ଜୟପୁର ବ୍ଲକର ୨୨ଟି ପଂଚାୟତ ପାଇଁ ୫.୫୦ କୋଟି ଟଙ୍କାରେ ୨୪୩ଟି ପ୍ରକଳ୍ପ, ନୂଆଗାଁ ବ୍ଲକର ୨୧ଟି ପଂଚାୟତ ପାଇଁ ୫.୨୫ କୋଟି ଟଙ୍କାରେ ୩୦୫ଟି ପ୍ରକଳ୍ପ, ଅସ୍ତରଙ୍ଗ ବ୍ଲକର ୧୫ଟି ପଂଚାୟତ ପାଇଁ ୩.୭୫ କୋଟି ଟଙ୍କାରେ ୨୮୩ଟି ପ୍ରକଳ୍ପ ଏବଂ ଡୁଙ୍ଗୁରିପାଲୀ ବ୍ଲକର ୨୫ଟି ପଂଚାୟତ ପାଇଁ ୪.୩୨ କୋଟି ଟଙ୍କାରେ ୨୦୧ଟି ପ୍ରକଳ୍ପ, ଏହିପରି ସମୁଦାୟ ୯ଟି ବ୍ଲକର ୧୯୨ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୩୯.୮୩କୋଟି ଟଙ୍କାରେ ୧୯୫୫ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୯୬ଟି ବ୍ଲକର ୬୪୪୬ଟି ଗ୍ରାମ ପଂଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏପର୍ଯ୍ୟନ୍ତ ୫୯,୨୮୦ଟି ପ୍ରକଳ୍ପ ପାଇଁ ୧୪୭୪.୦୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।