ଆଜିିଠୁ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

Mar 10, 2023 - 05:09
 32
ଆଜିିଠୁ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ରାଉରକେଲା,: ଆଜିିଠୁ ଦୁଇ ଦିନିଆ ରାଉରକେଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅପରାହ୍ଣ ୫ଟା ୨୦ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ବିର୍ସା ଛକ ସ୍ଥିତ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମକୁ ଉଦ୍‌ଘାଟନ କରିବା ସହ ହକି ଟ୍ରେନିଂ ସେଣ୍ଟର ଓ ଜିଲ୍ଲା ସ୍ପୋର୍ଟ୍ସ କମ୍ପେ୍ଲକ୍ସକୁ ମଧ୍ୟ ଉଦ୍‌ଘାଟନ କରିବେ । ଏହା ସହ ୯ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି । ପରେ ମୁଖ୍ୟମନ୍ତ୍ରୀ ସେଠାରୁ ବାହାରି ସନ୍ଧ୍ୟା ୫ଟା ୫୦ ସମୟରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ୱାର୍ଲ୍ଡ କପ୍‌ ଭିଲେଜରେ ପହଞ୍ଚିବେ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବେ । ତାଙ୍କ ସହ ୫-ଟି ସଚିବ ଭି. କେ ପାଣ୍ଡିଆନ, କ୍ରୀଡ଼ା ସଚିବ ଆର୍‌. ଭିନିଲକ୍ରିଷ୍ଣା ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।