ଆଇପିଏଲରେ ମେଗା ଫାଇନାଲ: ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ,

May 29, 2022 - 05:28
 56
ଆଇପିଏଲରେ ମେଗା ଫାଇନାଲ: ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ଗୁଜୁରାଟ ଟାଇଟନ୍ସ,
ଅହମ୍ମଦାବାଦ ୨୯/୦୫ : ଦୀର୍ଘ ୬୬ ଦିନର ରୋମାଞ୍ଚ ଓ ୭୩ଟି ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ ଚଳିତ ଆଇପିଏଲ୍‌ର ଟାଇଟଲ ଲଢେଇ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌ର ଆକର୍ଷଣୀୟ ଟ୍ରଫି ଓ ମନଲୋଭା ପୁରସ୍କାର ହାତେଇବା ପାଇଁ ମଇଦାନକୁ ଓହ୍ଲାଇବେ । ପଦାର୍ପଣରେ ଆଇପିଏଲ୍‌ ଚାମ୍ପିଅନ୍‌ ହେବାକୁ ଗୁଜରାଟ ଟାଇଟନ୍ସ ଲକ୍ଷ୍ୟ ରଖିଛି । ରାଜସ୍ଥାନ ରୟାଲ୍ସ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଫାଇନାଲ୍‌ ଖେଳିବାକୁ ଯାଉଛି । ଏଥର ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରି ରୟାଲ୍ସ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନବ ନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ଲକ୍ଷ ୩୨ ହଜାର ଦର୍ଶକ ବସି ମ୍ୟାଚ୍‌ ଉପଭୋଗ କରିବେ । ପ୍ରଥମ କରି ଏତେ ସଂଖ୍ୟକ ଦର୍ଶକଙ୍କୁ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳିବ । ବିଶ୍ୱର ସବୁଠୁ ବଡ କ୍ରିକେଟ୍‌ ଷ୍ଟାଡିୟମ୍‌ ଲୋକାର୍ପିତ ହେବା ପରଠୁ ପ୍ରଥମ କରି ଦର୍ଶକରେ ପୂର୍ଣ୍ଣ ହେବାକୁ ଯାଉଛି । ପୂର୍ବରୁ କରୋନା ଯୋଗୁଁ ଏଠାରେ କିଛି ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ କରି ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ୮୦,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଷ୍ଟାଡିୟମ୍‌ରେ ବସି ମ୍ୟାଚ୍‌ ଦେଖିଥିଲେ ।