ଆଇପିଏଲ: ଆଜି ହାଇଦ୍ରାବାଦ- ପଞ୍ଜାବ ମୁକାବିଲା

Apr 26, 2018 - 11:30
 150
ଆଇପିଏଲ: ଆଜି ହାଇଦ୍ରାବାଦ- ପଞ୍ଜାବ ମୁକାବିଲା
କଟକ୨୬/୪- ଚଳିତ ଆଇପିଏଲ ମ୍ୟାଚ ଗୁଡ଼ିକକରେ ଦିନକୁ ଦିନ ରୋମାଞ୍ଚ ବଢ଼ିବାରେ ଲାଗିଛି । ଲିଗ୍ରେ ପ୍ରତିଦ୍ୱନ୍ଦିତା କରୁଥିବା ୮ଟି ଦଳ କେହି କାହାରିକୁ ବାଟ ଛାଡ଼ୁ ନଥିବା ଦେଖିବାକୁ ମିଳୁଛି । ପ୍ରତି ଦିନ ସଂନ୍ଧ୍ୟାରେ ଦର୍ଶକଙ୍କୁ ମନୋରଞ୍ଜନ ଖୋରାକ ଯୋଗାଉଛି ଆଇପିଏଲ୍ରେ ଅଂଶ ଗ୍ରହଣ କରିଥିବା ୮ଟି ଦଳ । ଅଦ୍ୟାବଧି ଏହି ରୋମାଞ୍ଚ ଭରା ଲିଗ୍ରେ ୨୪ଟି ମ୍ୟାଚ ସରିଛି । ସେଥିମ୍ମରୁ ୧୦ଟି ମ୍ୟାଚରେ କଡ଼ା ଟକ୍କର ମ୍ମ ଦେଖିବାକୁ ମିଳିଛି । ଏହି ୧୦ଟି ମୁକାବିଲାର ‘ଳା‘ଳ ଶେଷ ଓଭରରେ ଚୂଡ଼ାନ୍ତ ହେଉଛି । ତେବେ ଆଜି ସନ୍ଧ୍ୟାରେ ରାଜୀବ ଗାନ୍ଧି ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ସନ୍ରାଇଜର୍ସ ହ୍ରଇଦ୍ରାବାଦ ଓ କଙ୍ଗ୍ସ ଇଲେଭେନ୍ ପଞ୍ଜାବ ମ୍ମରେ କଡ଼ାକଡ଼ି ଟକ୍କର ହେବ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ପୂର୍ବାନୁାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ସନ୍ରାଉଜର୍ସ ବର୍ତ୍ତମାନ ସୁଦ୍ଧା ୬ଟି ମ୍ୟାଚରୁ ୫ଟିରୁ ବିଜୟୀ ହୋଇ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ତେବେ ପଞ୍ଜାବରେ ଅନୁଷ୍ଠଇତ ହୋଇଥିବା ମ୍ୟାଚରେ ସନ୍ରାଇଜର୍ସ ୧୫ ରନ୍ରେ ପଞ୍ଜାବ ଠାରୁ ପରାଜୟ ହୋଇଥିଲା । ଅନ୍ୟପକ୍ଷରେ କିଙ୍ଗ୍ସ ଇଲେଭେନ୍ ୬ଟି ମ୍ୟାଚରେ ଅପରାଜୟ ରହି ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚରେ ପଞ୍ଜାବ ଅପରାଜୟ ରହି ପଏଣ୍ଟ ଟେବୁଲର ଶୀର୍ଷକୁ ଯି ବା ପାଇଁ ଚେଷ୍ଟା କରିବ । ସେହିପରି ସନ୍ରାଇଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବ ବୋଲି କ୍ରିକେଟ ବିଶାରଦମାନେ କହିଛନ୍ତି । ସନ୍ରାଇଜର୍ସ ହ୍ରାଇଦ୍ରାବାଦର ଶକ୍ତିଶାଳୀ ବେଲିଂ ବିଭାଗ ଥିବାବେଳେ ପଞ୍ଜାବ ନିକଟର ବିଧୋଶଂକାରୀ ବ୍ୟାଟ୍ସମ୍ୟାନ ବର୍ତ୍ତମାନ ସୁଦ୍ଧା ମ୍ୟାଚ ଜିତାଉଥିବା ପରିଲକ୍ଷିତ ହୋଇଛି ।