ଓଲସା ଦ୍ୱାରା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର

Jun 14, 2018 - 15:01
 174
ଓଲସା ଦ୍ୱାରା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର
କଟକ,୧୪ା୬/(ସକାଳଖବର): ବର୍ଷାରେ ଓଦାହୋଇ ଅସହାୟ ଭାବେ ପଡ଼ିଥିବା ଜଣେ ନିରାଶ୍ରୟା ବୃଦ୍ଧଙ୍କୁ ଓଡ଼ିଶା ଲିଗାଲ ଆଣ୍ଡ ସୋସିଆଲ ଆସୋସିଏସନ (ଓଲସା) ପକ୍ଷରୁ ଉଦ୍ଧାର କରାଯାଇଛି । ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ରୋଜାଲିନ ଢ଼ାବା ନିକଟରେ ବୃଦ୍ଧ ଜଣଙ୍କ ପହଞ୍ଚିôଥିଲେ । ସେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ସହ ବର୍ଷାରେ ଭିଜିଯାଇଥିବାରୁ ଅବସ୍ଥା ଅଧିକ ଖରାପ ହୋଇଯାଇଥିଲା । ତେବେ ଢ଼ାବା ମାଲିକ ବୃଦ୍ଧଟିକୁ ଦେଖି ଓଲସା ସଦସ୍ୟ ଗଗନ ବିହାରୀ ଜେନାଙ୍କୁ ଜଣାଇଥିଲେ । ଫଳରେ ଜେନାଙ୍କ ସମେତ ଅନୁଷ୍ଠାନର ସଭାପତି ଆଇନଜୀବୀ ବିପିନ କୁମାର ଚୌଧୁରୀ ଓ ଅନ୍ୟ ସଦସ୍ୟମାନଙ୍କୁ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବୃଦ୍ଧଙ୍କୁ ନେଇ କଟକ ବଡ଼ ମେଡ଼ିକାଲରେ କରାଇଥିଲେ । ଚିକିତ୍ସା ପରେ ଆଜି ତାଙ୍କୁ ଯାଜପୁର ଜିଲ୍ଲା ଛତିଆସ୍ଥିତ ସେବକ ଆଶ୍ରମରେ ଛଡ଼ାଯାଇଥିଲା । ସୂଚନା ଯୋଗ୍ୟ ଯେ, ଉକ୍ତ ବୃଦ୍ଧ ଜଣକ ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମର ଅନନ୍ତ ମହାପାତ୍ର ବୋଲି ଜଣାପଡ଼ିଛି । ତାଙ୍କୁ ପରିବାର ଲୋକେ ୬୦ ବର୍ଷ ତଳେ ମାଡ଼ମାରି ଘରୁ ତଡ଼ିଦେବା ପରେ ଅନନ୍ତ ପତ୍ନୀଙ୍କ ସହିତ ଟାଙ୍ଗୀ ଅଞ୍ଚଳକୁ ଚାଲିଆସିଥିଲେ । ମଙ୍ଗୁଳି ଅଞ୍ଚଳରେ ସେ କାମଧନ୍ଦା କରି ଚଳୁଥିଲେ । ତେବେ ୪ବର୍ଷ ତଳେ ରୋଗାକ୍ରାନ୍ତ ହୋଇ ପତ୍ନୀଙ୍କ ମୃତୁ୍ୟ ହେବାପରେ ସେ ଅସହାୟ ହୋଇପଡ଼ିଥିଲେ । ଏହାପରେ ଏକ ଦୁର୍ଘଟଣା ଘଟି ଅଣ୍ଟା ଭାଙ୍ଗିଯିବାପରେ ଆଉ କାମଧନ୍ଦା କରିନପାରି ବିଭିନ୍ନ ଦୋକାନରୁ ଭିକ୍ଷାମାଗି ପେଟ ପୋଷୁଥିଲେ ବୋଲି ଅନନ୍ତ ଚିକିତ୍ସା ହେବାବେଳେ ପ୍ରକାଶ କରିଛନ୍ତି । କିଛିଦିନ ହେଲା ସେ ଅଧିକ ଅସୁସ୍ଥ ହୋଇପଡ଼ିବାରୁ ଭିକ୍ଷା କରିବାକୁ ମଧ୍ୟ ଯାଇନପାରି ଭୋକ ଉପାସରେ ଦିନ କାଟୁଥିଲେ ବୋଲି କହିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଢ଼ାବା ମାଲିକ ଲକି ବଳ ଓ ମାନସରଞ୍ଜନ ଦାସ ପ୍ରମୁଖ ସହାୟତା କରିଥିଲେ ।