WTC Final : ଟିମ୍‌ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା, ରୋହିତ ଅଧିନାୟକ

Apr 25, 2023 - 06:07
 38
WTC Final : ଟିମ୍‌ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା, ରୋହିତ ଅଧିନାୟକ
ମୁମ୍ବାଇ ୨୫।୦୪ : ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲ । ଅଷ୍ଟ୍ରେଲିଆ ପରେ ଭାରତୀୟ ଟିମ୍‌ ଘୋଷଣା । ୧୭ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ରୋହିତ ଶର୍ମାଙ୍କୁ ଅଧିନାୟକଙ୍କୁ ଅଧିନାୟକ ଦାୟିତ୍ୱ ଥିବା ବେଳେ ଦଳକୁ ଫେରିଛନ୍ତି ଆଜିଙ୍କ୍ୟା ରାହାଣେ । ଆସନ୍ତା ଜୁନ୍‌ ୭ରୁ ୧୨ ତାରିଖ ଯାଏଁ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‌ସିପ୍‌ (WTC)ର ଫାଇନାଲ ମ୍ୟାଚ୍‌ ମୁକାବିଲା ଖେଳାଯିବ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବା ଫାଇନାଲ ମୁକାବିଲା । ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ନିଜର ୧୭ ଜଣିଆ ଟିମ୍‌ ଘୋଷଣା କରିସାରିଥିଲା । ଭାରତୀୟ ବୋର୍ଡ ନିଜ ଦଳ ଘୋଷଣା କରିନଥିଲା । ମଙ୍ଗଳବାର ଦିନ ବିସିସିସିଆଇ ପକ୍ଷରୁ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ଉପ-ଅଧିନାୟକ ପଦ କାହାକୁ ଦିଆଯାଇନାହିଁ । ତେବେ ଖରାପ ଫର୍ମ ଦେଇ ଗତି କରୁଥିବା ସୂର୍ଯ୍ୟକୁମାର ଯାଦବ ଟିମ୍‌ରୁ ଆଉଟ୍‌ ହୋଇଥିବା ବେଳେ ଆଜିଙ୍କ୍ୟା ରାହାଣେ ଦଳକୁ ଏଣ୍ଟ୍ରି କରିଛନ୍ତି ।