NCB ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ

Nov 11, 2021 - 08:37
 61
NCB ଡିଜି ହେଲେ ସତ୍ୟନାରାୟଣ ପ୍ରଧାନ
ନୂଆଦିଲ୍ଲୀ: NCB ଡିଜି ଭାବେ ନିଯୁକ୍ତ ହେଲେ ବରିଷ୍ଠ ଆଇପିଏସ ସତ୍ୟନାରାଣ ପ୍ରଧାନ । ପୂର୍ବରୁ NCBର ଅତିରିକ୍ତ ଦାୟିତ୍ବରେ ଥିବା ସତ୍ୟ ପ୍ରଧାନଙ୍କୁ ୨୦୨୪ ଯାଏଁ ନିୟମିତ ନିଯୁକ୍ତି ଦେଇଛନ୍ତି ସରକାର । ପରବର୍ତ୍ତୀ ଆଦେଶ କିମ୍ବା ଅବସର ପର୍ୟ୍ୟନ୍ତ ଡିଜି ଭାବେ ଦାୟିତ୍ବ ତୁଳାଇଲେ ସତ୍ୟ ନାରାୟଣ ।ଉଲ୍ଲେଖଯୋଗ୍ୟ, ସତ୍ୟନାରାୟଣ ପ୍ରଧାନ ଝାଡଖଣ୍ଡ କ୍ୟାଡରର ୧୯୮୮ ବ୍ୟାଚ୍ ଆଇପିଏସ ଅଫିସର ଅଟନ୍ତି । ସେ NDRFର ମହାନିର୍ଦ୍ଦେଶକ ଥିବା ସତ୍ତ୍ବେ NCBର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ । ବର୍ତ୍ତମାନ ସେ NCB ଡିଜି ଭାବେ କାର୍ୟ୍ୟ କରିବେ ।