ଭଞ୍ଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

May 3, 2024 - 15:47
 12
ଭଞ୍ଜନଗରରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର

 ସକାଳ ଖବର :ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି। ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଓ ବିଏସକେୱାଇ ଭଳି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ବିକାଶକୁ ବିରୋଧ କରୁଛନ୍ତି। ବିରୋଧୀଙ୍କୁ ଭୋଟରେ ଜବାବ ଦେବାକୁ ଭଞ୍ଜନଗରରେ ବିଜେଡି ପ୍ରଚାର ସମାବେଶରେ ଯୋଗଦେଇ ଭୋଟରଙ୍କୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ।

କୌଣସି ଦଳ କିମ୍ବା ଜାତୀୟ ଦଳ ବିକାଶର ହିସାବ ଦେଉନାହାଁନ୍ତି। କିନ୍ତୁ ନବୀନ ପଟ୍ଟନାୟକ ଲୋକଙ୍କ ସବୁ ଦରଖାସ୍ତର ସମ୍ମାନର ସହ ସମାଧାନ କରୁଛନ୍ତି ଆଉ ଲୋକଙ୍କୁ ହିସାବ ମଧ୍ୟ ଦେଉଛନ୍ତି । ଭଞ୍ଜନଗରରେ ରାଜ୍ୟର ସବୁଠୁ ବଡ ପାନୀୟ ଜଳ ପ୍ରକଳ୍ପ ହେଉଛି । ଭଞ୍ଜନଗରକୁ ମୁଖ୍ୟମନ୍ତ୍ରୀ ସବୁଠୁ ଅଧିକ ଭଲ ପାଆନ୍ତି। ଭଞ୍ଜନଗରର ବିକାଶ ପାଇଁ ଯାହା ଆବଶ୍ୟକ ତାହା ମୁଖ୍ୟମନ୍ତ୍ରୀ କରିବେ । ଭଞ୍ଜନଗର ଏନଏସିକୁ ମ୍ଯୁନିସିପାଲିଟି କରିବା ଦାବି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି ।