୬ଷ୍ଠ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ

Nov 12, 2018 - 18:40
 196
୬ଷ୍ଠ ସାତକୋଶିଆ ମହୋତ୍ସବ ଉଦ୍ଘାଟିତ
ଅନୁଗୋଳ, ୧୧/୧୧(ସକାଳଖବର): ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ନୃତ୍ୟ ନିଳୟ ପକ୍ଷରୁ ୬ଷ୍ଟ ସାତକେ୍ାଶିଆ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଅନୁଗୋଳ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଅତୁଲ୍ୟ କୁମାର ଚମ୍ପତ୍ତିରାୟ ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ଜଳନ କରି ସମାରୋହକୁ ଉଦଘାଟନ କରିଥିଲେ । ନୃତ୍ୟ ସଙ୍ଗୀତ ଯୁଗେ ଯୁଗେ ସମାଜକୁ ବଳିଷ୍ଠ ମାର୍ଗଦର୍ଶନ କରିଆସିଛଇ ଏବଂ କଳାକାର ତାର ପ୍ରଦର୍ଶନ ଦ୍ୱାରା ଅନ୍ୟର ଚିତ୍ତବିନୋଦନ କରିବା ସହ ଏହାକୁ ଏବେ ବୃତ୍ତିରୂପେ ଗ୍ରହଣ କରିବା ସମାଜ ପାଇଁ ଶୁଭ ଲକ୍ଷଣ ବୋଲି ମୁଖ୍ୟ ଅତିଥି ଶ୍ରୀ ଚମ୍ପତ୍ତିରାୟ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ରୂପେ ଟାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ଯୋଗଦେଇ ଅନୁଗୋଳରେ ବିଭିନ୍ନ ନୃତ୍ୟ ଅନୁଷ୍ଠାନ ଗୁଡ଼ିକ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଏକ ସୁଲଭ କଳା ମଣ୍ଡପର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଗୁରୁ ଅନିତା ସିଂହଦେଓ ନୃତ୍ୟ ନିଳୟ ପକ୍ଷରୁ ଆୟୋଜିତ ଏହି ସମାରୋହ ଯୁବ ଓ କୁନିକୁନି କଳାକାର ମାନଙ୍କୁ ବେଶ ଉତ୍ସାହିତ କରିବ ବୋଲି ପ୍ରକାଶ କରିଥିଲେ । ଅନୁଷ୍ଠାନର ଉପଦେଷ୍ଠା ହେମନ୍ତ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ସମ୍ମାଦିକ ସ୍ୱପ୍ନାରାଣୀ ସିହ୍ନା କାର୍ଯ୍ୟକ୍ରମ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ପ୍ରଥମ ଦିନ ସଂନ୍ଧ୍ୟାରେ ଅନିତା ସିହ୍ନା ସଡ଼ଶୀ, ଗୁରୁ ବିପିନ ବିହାରୀ ଦାସ ଭାଓଲିନ ବାଦକ, ନୂଆଦିଲ୍ଲୀର କବିତା ଠାକୁର କଥକ ଏବଂ ଭୂବନେଶ୍ୱରର ପ୍ରଭୂତୋଷ ପଣ୍ଡା ଓଡ଼ଶୀ ନୃତ୍ୟ ପରିବେଷଣ କରିଥିଲେ । ସମାରୋହରେ ଗୁରୁ ବିପିନ ବିହାରୀ ଦାଶଙ୍କୁ ଓଡ଼ଶୀ ସଙ୍ଗୀତ ପାଇଁ ସାତକୋଶିଆ ସମ୍ମାନ ପ୍ରଦାନ କରାଯାଇଥିଲା । ଯଜ୍ଞ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।