୪ ଚୋରା ଗଞ୍ଜେଇ ଓ ଦେଶୀ ମଦ ବ୍ୟବସାୟୀ ଗିରଫ

Jul 4, 2018 - 14:14
 159
୪ ଚୋରା ଗଞ୍ଜେଇ ଓ ଦେଶୀ ମଦ ବ୍ୟବସାୟୀ ଗିରଫ
ବାରିପଦା:୪/୦୭(ସକାଳଖବର) ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ଝିଣ୍ଟିକା ମାରି ବଣି ପୋଷା ନ୍ୟାୟରେ ଆପଣେଇ କାର୍ଯ୍ୟ କରୁଥିବାର ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲାରେ ବ୍ରାଉନସୁଗାର, ଚରସ ଆଦି ମାରାତ୍ମକ ନିଶାଦ୍ରବ୍ୟ କାରବାରୀ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିବା ବେଳେ ଉକ୍ତ ମାରାତ୍ମକ ନିଶାଦ୍ରବ୍ୟ କାରବାରର ମୂଳ ଧରିବା ବଦଳରେ କିଛି ପତ୍ର ଛାଦନ କରି ବାହାବାହା ନେବାରେ ଲାଗିଛି । ପୁଣି ପ୍ରତ୍ୟେକ ମାସ ଟାର୍ଗେଟକୁ ଛୁଇଁବା ନିମନ୍ତେ ଚୋରା ଦେଶୀ ମଦ ଓ ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ନଜର ପକାଇଛି । ସେହିପରି ସରକାରୀ ବିଦେଶୀ ମଦ ବ୍ୟବସାୟୀ ନିଜ ଦୋକାନର ଏମଜିକୁ୍ୟ କୋଟା ପୂରଣ କରିବା ନିମନ୍ତେ ଚୋରାରେ କୋଚିଆମାନଙ୍କୁ ମଦ ବିକ୍ରି କରି ଆସୁଥିବା ସମୟରେ କେତେକ ହାତଗଣତି ସରକାରୀ ମଦ ବ୍ୟବସାୟୀଙ୍କ କାଉଣ୍ଟରରୁ ଆଣୁଥିବା କୋଚିଆମାନଙ୍କୁ ଜିଲ୍ଲା ଅବକାରୀ ବିଭାଗ ଟାର୍ଗେଟ କରୁଛି । ଜିଲ୍ଲା ଅବକାରୀ କାର୍ଯ୍ୟାଳୟର ନିଶ ତଳେ ଚୋରାରେ ପ୍ରତ୍ୟେକ ଦିନ ଶହ ଶହ ବୋତଲ ବିଦେଶୀ ମଦ ବ୍ୟବସାୟ ଚାଲି ଆସୁଥିବା ବେଳେ ଅବକାରୀ ଅଧିକ୍ଷକ ସେ ଦିଗ ପ୍ରତି ଆଡ଼ ନଜରରେ ନ ଅନାଇବା ବିଷୟକୁ ନେଇ ଜନସାଧାରଣ ଅବକାରୀ ବିଭାଗର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ଉଠାଉଥିବା ବେଳେ ଜୁନ ୪ ବୁଧବାର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚୋରା ଦେଶୀ ମଦ ଓ ଗଞ୍ଜେଇ ବ୍ୟବସାୟୀଙ୍କ ଘର ଉପରେ ଚଢ଼ାଉ କରାଯାଇ ବାରିପଦା ପୌର ପରିଷଦର ୱାଡର଼୍ ନଂ ୫ ଅମ୍ବିକାସାହି ଜଳନ୍ଦର ବେହେରାଙ୍କଠାରୁ ୧.୨୦୦ କେଜି ଓ ୱାଡର଼୍ ନଂ ୨୦ ଶୁନଗଡ଼ିଆ ବିନୋଦିନୀ ମିଶ୍ରଙ୍କ ନିକଟରୁ ୧.୨୭୫ କେଜି ଗଞ୍ଜେଇ ଜବତ କରାଯାଇଥିଲା । ସେହିପରି ୱାଡର଼୍ ନଂ-୨୦ ଶୁନଗଡ଼ିଆ କୁନି ଘଢେ଼ଇଙ୍କ ନିକଟରୁ ୧୨ ଲିଟର ଓ ଭାଗବତପୁର ଝୁମକି ସିଂଙ୍କ ନିକଟରୁ ୧୦ ଲିଟର ଆଇଡ଼ି(ଦେଶୀ ମଦ) ଜବତ କରାଯିବା ସଂଗେସଂଗେ ଚୋରା ନିଶାଦ୍ରବ୍ୟ ବ୍ୟବସାୟ କରୁଥିବା ଅଭିଯୋଗରେ ସେମାନଙ୍କ ମାନରେ ମାମଲା ରୁଜୁ କରାଯାଇଥିଲା । ଜିଲ୍ଲା ଅବକାରୀ ଅଧିକ୍ଷକ ରବୀନ୍ଦ୍ର ସାହୁଙ୍କ ନିଦେ୍ର୍ଧଶ କ୍ରମେ ଆଜି ପ୍ରତୁ୍ୟଷରୁ ଅବକାରୀ ବିଭାଗର ମହିଳା ଓ ପୁରୁଷ କର୍ମଚାରୀମାନେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ସମୟରେ ମାତ୍ର ଚାରି ଜଣଙ୍କ ନାମରେ ମାମଲା ରୁଜୁ କରାଯିବା ଘଟଣା ସାଧାରଣ ଜନତାଙ୍କୁ ବିସ୍ମିତ କରାଇଛି । ତେଣୁ ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଅବକାରୀ ଅଧିକ୍ଷକ ଶ୍ରୀସାହୁଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ବାରମ୍ବାର ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା