୨ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

Dec 17, 2021 - 06:55
 73
୨ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା
ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀରେ ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । ସେମାନେ ହେଲେ ନୀତିନ ଗଡ଼କରୀ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ । ପ୍ରକାଶ ଯେ, ଭୁବନେଶ୍ୱର ପାଖାପାଖି ଜାତୀୟ ରାଜପଥର କିଛି ସ୍ଥାନରେ ଅଣ୍ଡର ପାସ ନିର୍ମାଣ କରାଯିବ । ଅଣ୍ଡର ପାସ ସହ କିଛି ସ୍ଥାନରେ ଫ୍ଲାଇ ଓଭର ନିର୍ମାଣ ଲାଗି ମଧ୍ୟ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସାଂସଦ ଅପରାଜିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସାଂସଦ ଅପରାଜିତା ଆଜି ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟଙ୍କୁ ଭେଟିଛନ୍ତି । ଅପରାଜିତା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ନେଇ ଆଲୋଚନା କରିଥିବାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଅପରାଜିତାଙ୍କୁ ସମସ୍ତ ସହଯୋଗର ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ଗତକାଲି ମନ୍ତ୍ରୀ ଅପରାଜିତା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ।