୨୦୦୭ରୁ ବସିନି ଓଡ଼ିଶା ଯୋଜନା ବୋର୍ଡ ବୈଠକ

Jul 27, 2019 - 07:05
 175
ଭୁବନେଶ୍ୱର, ୨୫/୭ (ସକାଳଖବର):ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶା ଯୋଜନା ବୋର୍ଡର କାର୍ଯ୍ୟକାରିତା କାହାରିକୁ ଅଛପା ନାହିଁ । ୨୦୦୭ ମସିହା ଅକ୍ଟୋବର ୧୫ ତାରିଖ ପରଠାରୁ ଏହି ବୋର୍ଡର ଆଦୌ ବୈଠକ ବସିନାହିଁ ବୋଲି ବିରୋଧୀ ଦଳ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଛି । ତେବେ ବୋର୍ଡ ବୈଠକ କେତେ ଅବଧି ମଧ୍ୟରେ ଅନୁଷ୍ଠିତ ହେବ ସେ ସଂପର୍କିତ କୌଣସି ନିଦେ୍ର୍ଧଶନାମା ନାହିଁ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଏହା ସତ୍ୱେ ୨୦୦୭ ମସିହାରୁ ବର୍ତମାନ ପର୍ଯ୍ୟନ୍ତ୪ଜଣ ଉପାଧ୍ୟକ୍ଷଏବଂ ୨୬ଜଣ ସଭ୍ୟ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇଥିବା ସମସ୍ତ ଉପାଧ୍ୟକ୍ଷ ଶାସକ ଦଳର ନେତା ଥିବା ବେଳେ ଅଧିକାଂଶ ସଭ୍ୟ ମଧ୍ୟ ସରକାରୀ ଦଳର ନେତା ଓ ବିଧାୟକ । ୨୦୦୭ ବର୍ଷଠାରୁ ଅଦ୍ୟାବଧି ଅର୍ଥାତ୍ ଗତ ୧୨ ବର୍ଷରେ ଯୋଜନା ବୋର୍ଡ ପକ୍ଷରୁ ଗସ୍ତ ଖର୍ଚ୍ଚ ବାବଦରେ ମୋଟ ୩୭ ଲକ୍ଷ ୯୨ ହଜାର ୮୭୬ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦପ୍ତର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୭୧ ଲକ୍ଷ ୯୩ ହଜାର ୬୨୮ ଟଙ୍କା ଏହିରୂପେ ମୋଟ ୧ କୋଟି ୯ ଲକ୍ଷ ୮୬ ହଜାର ୫୦୪ ଟଙ୍କା ବ୍ୟୟ କରାଯାଇଛି । ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା ୨୦୦୭ ମସିହାରୁ ଅଦ୍ୟାବଧି ଯୋଜନା ବୋର୍ଡ ପକ୍ଷରୁ ହୋଇଥିବା ଭଡ଼ା, ଗସ୍ତ ଓ ଅନ୍ୟାନ୍ୟ ଖର୍ଚ୍ଚ ସଂପର୍କରେ ହିସାବ ପ୍ରଦାନ କରିଥିଲେ । ୨୦୧୭ ମସିହା ମାର୍ଚ୍ଚ ମାସ ୧୮ ତାରିଖରେ ବୋର୍ଡର ଉପାଧ୍ୟକ୍ଷ ଭାବେ ବିଷ୍ଣୁଚରଣ ଦାସଙ୍କୁ ଦିଆଯାଇଛି । ସେହି ବର୍ଷଠାରୁ ଉଭୟ ଗସ୍ତ ଓ ଅନ୍ୟାନ୍ୟ ଖର୍ଚ୍ଚ ବହୁଳ ଭାବେ ବୃଦ୍ଧି ପାଇଥିବା ହିସାବରେ ଦର୍ଶାଯାଇଛି ।