୧୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

Aug 4, 2019 - 11:40
 169
କନ୍ଧମାଳ, ୩/୮(ସକାଳଖବର): ଆଜି ଫୁଲବାଣୀ ଅବକାରୀ ବିଭାଗ ପକ୍ଷରୁ ଫୁଲବାଣୀ ସଦର ଥାନା ଅଂଚଳର ଜାମୁଝରୀ ଗ୍ରାମପଂଚାୟତ ଅନ୍ତର୍ଗତ ମାଦିଖୋଲ ଗ୍ରାମର ଗଣେଶ ଷଣ୍ଢ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇ ୧୮ କିଗ୍ରା ଗଞ୍ଜେଇ ଗୋଟିଏ ଜରି ବସ୍ତାରେ ବନ୍ଧା ଯାଇଥିବା ଅବସ୍ଥାରେ ଜବତ କରାଯାଇଛି । ଏହି ଗଞ୍ଜେଇକୁ ସେ ବୌଦ୍ଧ ଜିଲାକୁ ଚାଲାଣ ପାଇଁ ରଖିଥିଲା ବୋଲି ଅବକାରୀ ବିଭାଗକୁ କହିଥିବା ଜଣାପଡିଛି । ପୂର୍ବ ସୂଚନା ପ୍ରକାରେ, ଗଣେଷ ତା’ର ଘରେ ଏହି ଗଞ୍ଜେଇ ଚାଲାଣ ପାଇଁ ରଖିଥିବା ନେଇ ବିଭାଗୀୟ ଅଧିକାରୀ ମାନେ ସୂଚନା ପାଇଥିଲେ । ଆଜି ଫୁଲବାଣୀ ଅବକାରୀ ଇନିସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନ ଓ କନେଷ୍ଟବଲ କଂଗ୍ରେସ ବେହେରା, ରାଧାକୃଷ୍ଣ ସାହୁ ଏବଂ ଶ୍ୟାମଘନ ପ୍ରଧାନ ସଦଳବଳେ ସକାଳ ୯ଟା ସମୟରେ ମାଦିଖୋଲା ସ୍ଥିତ ଗଣେଷର ଘରେ ଚଢ଼ଉ କରିଥିଲେ । ସେଠାରେ ତଲାସୀ ପରେ ଏହି ଗଞ୍ଜେଇ ମିଳିଥିଲା । ଗଞ୍ଜେଇକୁ ଜବତ କରାଯିବା ସହିତ ଘଟଣାରେ ଗଣେଷକୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତା ବିରୋଧରେ ଏକ ମାମଲା ୧୦/୧୯ ରେ ରୁଜ୍ଜୁ କରିବା ସହିତ ତାକୁ କୋର୍ଟ ଚାଲାଣ କରିଥିବା ନେଇ ଇନିସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।