୧୮୮ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୧୧ଲକ୍ଷ ଟଙ୍କା ପ୍ରଦାନ ।

Jun 20, 2018 - 20:52
 156
କଟକ ,୨୦/୬(ସକାଳଖବର) :ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ ଆଜି କଟକ ଜିଲ୍ଲାର ୧୮୮ ଜଣ କ୍ଷୁଦ୍ର ଜମାକାରୀଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରାଯାଇଛି । ତନ୍ମ୍ମରେ ସାଲେପୁର ତହସିଲ ଅନ୍ତର୍ଗତ ୨୦ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୧ ଲକ୍ଷ ୬୦ ହଜାର ୧୫୦ ଟଙ୍କା, ବାଙ୍କି ତହସିଲ ଅନ୍ତର୍ଗତ ୧୧୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ୭ଲକ୍ଷ ୨୩ ହଜାର ୮୨୫ ଟଙ୍କା ଓ କଟକ ସଦର ତହସିଲ ଅନ୍ତର୍ଗତ ୫୧ ଜଣ ଜମାକାରୀଙ୍କୁ ୨ଲକ୍ଷ ୯୮ ହଜାର ୭୭୦ ହଜାର ଟଙ୍କା ଏହିପରି ମୋଟ ୧୧ଲକ୍ଷ ୮୨ ହଜାର ୭୪୫ଟଙ୍କା ୧୮୮ ଜଣ ଚିଟ୍‘ଣ୍ଡ ଜମା କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ତର‘ରୁ ଜମାକାରୀଙ୍କ ବ୍ୟାଙ୍କ ଜମା ଖାତାରେ ଇ-ଟ୍ରାନ୍ସ‘ର ମା୍ମମରେ ପ୍ରଦାନ କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍ ଆୟାର ଜଣାଇଛନ୍ତି ।