୧୨ ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଆନେ୍ଦାଳନ
କଟକ,୮ା୯(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଆନେ୍ଦାଳନ ତେଜିବାରେ ଲାଗିଥିବାବେଳେ ଏବେ ସମଗ୍ର ରାଜ୍ୟକୁ ବ୍ୟାପିଲାଣି । ତେବେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ, ଡିଜିପି, ଗୃହ ବିଭାଗ ସଚିବ, ପୁଲିସ କମିସନରଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ଅଦ୍ୟାବଧି କୌଣସି ସୁଫଳ ନମିଳିବାରୁ ଆନେ୍ଦାଳନକୁ ଆହୁରି ବ୍ୟାପକ କରିବା ପାଇଁ ଶନିବାର ଅନୁଷ୍ଠିତ ହାଇକୋର୍ଟ ବାର ଆସୋସିଏସନ ପରିସରରେ ରାଜ୍ୟର ସମସ୍ତ ବାର ଆସୋସିଏସନ କର୍ମକର୍ତ୍ତା ଏକାଠି ହୋଇ ଆସନ୍ତା ୧୨ତାରିଖ ପଯ୍ୟ୍ୟନ୍ତ ରାଜ୍ୟବ୍ୟାପୀ ଆନେ୍ଦାଳନ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ସଂପାଦକ ସତ୍ୟବ୍ରତ ମହାନ୍ତି, ଉପ ସଭାପତି ବଂଶୀଧର ଶତପଥୀ ଓ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତିଙ୍କ ଉପସ୍ଥିତିରେ ସମଗ୍ର ରାଜ୍ୟର ୧୨୦ ବାର ଆସୋସିଏସନ ସଭାପତି ଓ ସଂପାଦକମାନଙ୍କ ମଧ୍ୟରେ ଘଟଣା ସଂପର୍କରେ ଆଲୋଚନା ହେବା ପରେ ଏହି ପ୍ରସ୍ତାବ ଗୃହୀତ ହୋଇଥିଲା । ଅନ୍ୟପକ୍ଷରେ ୩୦ଜଣିଆ ସଦସ୍ୟ ବିଶିଷ୍ଟ ଏକ ଆକ୍ସନ କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ସ୍ତରରେ ଆଲୋଚନା କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ଉପସ୍ଥାପନା କରିବ । ଯଦି କୌଣସି ସୁଫଳ ନମିଳେ, ଆଗକୁ ଆନେ୍ଦାଳନ ଆହୁରି ତେଜିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି ଅପରାହ୍ଣରେ ଆୟୋଜିତ ହୋଇଥିଲା ଏକ ସାମ୍ବାଦିକ ସମ୍ମିଳନୀ । ତେବେ ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁରହିବ ବୋଲି ସୂଚନା ଦିଆଯାଇଥିଲା ।