୨୦୧୯ ନିର୍ବାଚନ ପର୍ୟ୍ୟନ୍ତ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

Sep 8, 2018 - 12:49
 191
୨୦୧୯ ନିର୍ବାଚନ ପର୍ୟ୍ୟନ୍ତ ଅମିତ ଶାହ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ
ନୂଆଦିଲ୍ଲୀ,ଭୁବନେଶ୍ୱର : ୮/୯(ସକାଳଖବର): ୨୦୧୯ ସାଧାରଣ ନିର୍ବାଚନ ଶେଷ ପର୍ୟ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ଅମିତ ଶାହା। ୨୦୧୯ ଜାନୁଆରିରେ ତାଙ୍କର କାର୍ୟର୍୍ୟକାଳ ଶେଷ ହେଉଥିଲେ ହେଁ ତାଙ୍କୁ ପୂର୍ବବତ ଅଧ୍ୟକ୍ଷ ପଦରେ ରହି କାର୍ୟ୍ୟ କରିବା ଲାଗି ଦଳର ଜାତୀୟ କାର୍ୟ୍ୟକରିଣୀ ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।ଦୁଇ ଦିନିଆ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ଶନିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ବୈଠକରେ ଏସସି/ଏସଟି ଆକ୍ଟର ସଂଶୋଧନ ପରେ ହେବାକୁ ଥିବା ୪ଟି ରାଜ୍ୟର ନିର୍ବାଚନ ଉପରେ କି ପ୍ରଭାବ ପଡ଼ିଛି ଏ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଅନୁଷ୍ଠିତ ପଦାଧିକାରୀଙ୍କ ବୈଠକରେ ଶ୍ରୀ ଶାହ ୨୦୧୪ ଅପେକ୍ଷା ୨୦୧୯ରେ ଅଧିକ ଆସନ ଅଧିକାର କରିବାର ଦୃଢୋକ୍ତି କରିଛନ୍ତି। କାରଣ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଦଳ ସହ ରହିଛି। ଆଗାମୀ ଦିନରେ ହେବାକୁ ଥିବା ୪ରାଜ୍ୟର ବିଧାନସଭା ନିର୍ବାଚନରେ ତେଲେଙ୍ଗାନାରେ ସ୍ଥିତି ସମ୍ଭାଳିବାକୁ ବିଜେପି ଆଗ୍ରହୀ ରହିଛି। ଆଜିର ବୈଠକରେ ବିଭିନ୍ନ ରାଜ୍ୟରୁ ଆସିଥିବା ପଦାଧିକାରୀଙ୍କ ସହ ଶାହ ଆଲୋଚନା କରିବା ସହ ପ୍ରତି ରାଜ୍ୟର ଦଳିୟ ସ୍ଥିତିକୁ ନେଇ ରଣନୀତି ପ୍ରସ୍ତୁତ କରିବାର କାର୍ୟ୍ୟକ୍ରମ ରହିଛି।ତେବେ ଏଭଳି ଦୋଦୂଲ୍ୟମାନ ସ୍ଥିତିରେ ଦଳର ମଙ୍ଗ ଅନ୍ୟ କୌଣସି ନେତାଙ୍କ ହାତରେ ଟେକି ଦେବା ଅପେକ୍ଷା ଅମୀତ ଶାହଙ୍କୁ ଆଉ ଏକ ବର୍ଷ ସୁଯୋଗ ଦେବା ଉଚିତ ମଣିଛି ବିଜେପି। ପାଖାପାଖି ୧ବର୍ଷ ପରେ ବିଜେପିର ଜାତୀୟ କାର୍ୟ୍ୟକାରିଣୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବୈଠକର ଉଦ୍‌ଯାପନୀ ସମାରୋହରେ ନିଜର ଅଭିଭାଷଣ ରଖିବେ ବୋଲି ଜଣାପଡ଼ିଛି।