୧୦ ମାମଲାରେ ହାଜର ହେଲେ ଧଳସାମନ୍ତ ଭ୍ରାତା

May 14, 2018 - 14:20
 156
୧୦ ମାମଲାରେ ହାଜର ହେଲେ ଧଳସାମନ୍ତ ଭ୍ରାତା
କଟକ,୧୪ା୫(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ଓ ଓମ ପ୍ରକାଶ ସ୍ୱାଇଁ ଓରଫ ଓମ ହତ୍ୟାକାଣ୍ଡ ମାମଲାରେ ସୋମବାର ଜିଲା ଦୌରା ଜଜ ସତ୍ୟନାରାୟଣ ମିଶ୍ରଙ୍କ କୋର୍ଟରେ ଧଳ ସାମନ୍ତ ବ୍ରଦର୍ସଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ହାଜର କରାଯାଇଥିବାବେଳେ ପ୍ରଥମ ସାକ୍ଷୀ ଭାବେ ଦୀପୁ ଓ ଓରଫ୍ ମନୋଜ ମଲ୍ଲିକଙ୍କ ମାଆ ଶାନ୍ତିଲତା ମଲ୍ଲିକ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ । ତେବେ ଜେରା ଅସମାପ୍ତ ରହିଥିବାରୁ ପରବର୍ତ୍ତୀ ଜେରା ଆସନ୍ତା ୨୧ତାରିଖରେ ହେବା ପାଇଁ ଧାର୍ଯ୍ୟ ହୋଇଛି । ସେହିପରି ତାନ୍ତିଆ ଭୋଲଟାସ, ଦାଦା ବଟି ଆଦାୟ, ରାହାନ ହତ୍ୟା ଉଦ୍ୟମ ମାମଲା, ଡାଲି ବ୍ୟବସାୟୀ ଫାରୁକ ତୟାବ ହତ୍ୟାକାଣ୍ଡ ମାମଲା, ବିରୂପା ନଦୀ ଓ ବଡ଼ ମେଡିକାଲ ପରିସରରେ ଫାଙ୍କା ଗୁଳିଚାଳନା ମାମଲାର ମଧ୍ୟ ଶୁଣାଣି ହୋଇଥିଲା । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୨ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।