୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ

Jan 7, 2022 - 11:25
 60
୧୦ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର: କରୋନା ପାଇଁ କଟକଣାକୁ ଆହୁରି କଡା କଲେ ରାଜ୍ୟ ସରକାର । ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକୁ ବନ୍ଦ ଘୋଷଣା କରାଯାଇଛି । ଜାନୁଆରୀ ୧୦ ତାରିଖରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ହେବ । ଏଥିରେ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି । ତେବେ ମେଡିକାଲ ଓ ନିର୍ସଂ କଲେଜ ଗୁଡିକୁ ଏଥିରୁ ବାଦ୍‌ ଦିଆଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି)ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।ଏହି ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ବନ୍ଦ ହେବା ସହିତ ହଷ୍ଟେଲ ଗୁଡିକ ମଧ୍ୟ ୧୦ ତାରିଖରୁ ବନ୍ଦ ରହିବ । କଲେଜ ଓ ବିଶ୍ୱବିଦ୍ୟାଳୟରେ ଶ୍ରେଣୀଗୃହ ପାଠପଢା ବନ୍ଦ ରହିଲେ ବି ବି ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ । ସମସ୍ତ ଶିକ୍ଷକ ଓ ଅନ୍ୟ କର୍ମଚାରୀ ଡ୍ୟୁଟି କରିବେ । ଅର୍ଥାତ୍‌ ସେମାନେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଆସିବେ । କଲେଜ ଓ ବିଶ୍ୱବିଦ୍ୟାଳୟ ଅନ୍‌ଲାଇନ୍‌ ବା ଭର୍ଚୁ଼ୁଆଲ୍‌ କ୍ଲାସ୍‌ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବେ । ଅନ୍ୟପକ୍ଷରେ ଏବେ ଚାଲିଥିବା ସମସ୍ତ ଅଫ୍‌ଲାଇନ୍‌ ପରୀକ୍ଷା ଗୁଡିକୁ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଚାଲି ପାରିବ ବୋଲି ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି । ଯେଉଁ ଛାତ୍ରଛାତ୍ରୀମାନେ ଗବେଷଣା କରୁଛନ୍ତି ସେମାନେ ଚାହିଁଲେ ହଷ୍ଟେଲରେ ରହିପାରିବେ । ତେବେ ଏଥିପାଇଁ ସେମାନଙ୍କୁ ସଂପୃକ୍ତ ଅନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅଣ୍ଡରଟେକିଂ ଲେଖି ଦେବାକୁ ପଡିବ । ଏହି କ୍ଷେତ୍ରରେ ସଂପୃକ୍ତ ବିଭାଗ ସେମାନଙ୍କ ପାଇଁ ଏସ୍‌ଓପି ବା ଗାଇଡ୍‌ଲାଇନ୍‌ ଜାରି କରିବ । ସେହିପରି ସମସ୍ତ କୋଚିଂ ସେଣ୍ଟରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଚିଂ ସେଣ୍ଟର ଗୁଡିକ ଅନ୍‌ଲାଇନ୍‌ରେ ପାଠ ପଢାଇବେ ।