ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ପାଇଁ ଆଲୋଚନା

Feb 27, 2019 - 21:02
 159
ଅନୁଗୋଳ,୨୭/୨(ସକାଳଖବର): ଶିଳ୍ପ ସଂମ୍ୃଦ୍ଧ ଅନୁଗୋଳ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ସମସ୍ୟାର ସମାଧାନ ପାଇଁ ତାଳଚେରଠାରେ ନିର୍ମିତ ମେଡ଼ିକାଲ କଳେଜ ଓ ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁକ୍ୟ ଚିକିତ୍ସାଳୟକୁ ସୁପରସ୍ପେଶାଲିଟ ହସ୍ୱିଟାଲରେ ପରିଣତ କରି ମେଡ଼ିକାଲ କଲେଜକୁ ଉନ୍ନତି କରିବା, ଜିଲ୍ଲାର ସମସ୍ତ ଡ଼ାକ୍ତରଖାନାରେ ଖାଲି ପଡ଼ିଥିବାବିଶେଷଜ୍ଞ, ଡ଼ାକ୍ତର, ନର୍ସ କର୍ମଚାରୀ ପଦବୀ ପୂରଣ କରିବା, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଟ୍ରମାକେୟାର ସେଣ୍ଟରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ପୋଲଟ୍ରି ଫାର୍ମ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେ଼୍ରନେଜର ସୁବ୍ୟବସ୍ଥା କରିବା, ଅଲଟ୍ରାସାଉଣ୍ଡ ମେସିନକୁ କାର୍ଯ୍ୟକ୍ଷମ କରିବା, ଡ଼ାଏଲିସିସି ରୋଗୀଙ୍କ ପାଇଁ ଶଯ୍ୟା ବୃଦ୍ଧି କରିବା, କ୍ୟାନସରରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରିବା, ବରିଷ୍ଠ ନାଗରୀକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ବହିଃର୍ବିଭାଗ ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବା, ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ରୋଗୀ ନେବା ଆଣିବା ପାଇଁ ବେଟାରୀ ଚାଳିତ ଯାନ ବ୍ୟବସ୍ଥା କରିବା ଦାବୀରେ ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲା ନବଜୀବନ ସୁରକ୍ଷା କମିଟିର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ସାକ୍ଷାତ କରି ଦାବୀ ସଂପର୍କରେ ଆଲୋଚନା କରିବା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପ୍ରତ୍ର ପ୍ରଦାନ କରିଛନ୍ତି । କମିଟି ପକ୍ଷରୁ ଉପସ୍ଥାପିତ ସମସ୍ତ ଦାବି ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଥିଲେ ।