। ସ୍ୟାଟ ଭବିଷ୍ୟତ ପ୍ରସଙ୍ଗ

Jun 21, 2018 - 18:03
 218
କଟକ,୨୧ା୬(ସକାଳଖବର): ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଭବିଷ୍ୟତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପର୍ସୋନାଲ, ପବ୍ଲିକ ଗ୍ରିଭାନ୍ସ ଆଣ୍ଡ ପେନସନ ମନ୍ତ୍ରଣାଳୟ ଅଧିନରେ ଥିବା ପର୍ସୋନାଲ ଆଣ୍ଡ ଟ୍ରେନିଂ ବିଭାଗ(ଡିଓପିଟି) ସ୍ପଷ୍ଟିକରଣ ଉପରେ କଣ ଜବାବ ରଖାଯାଇଛି; ସେ ନେଇ ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ହାଇକୋର୍ଟ ଜଷ୍ଟିସ ଏସ ସି ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେବା ସହ ସ୍ୟାଟରେ ପଦବି ପୂରଣ ନେଇ କଣ ପଦକ୍ଷେପ ନିଆଯାଇଛି ଜଣାଇବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ମାସ ଦ୍ୱିତୀୟ ସପ୍ତାହରେ ହେବା ପାଇଁ ଧାର୍ଯ୍ୟ ହୋଇଛି ।