ସ୍ୟାଟ୍ରେ ଅଚଳାବସ୍ଥା, ଅବସର ନେଲେ କାର୍ଯ୍ୟକାରୀ ଅଧ୍ୟକ୍ଷ
କଟକ,୭ା୫(ସକାଳଖବର): ରାଜ୍ୟ ପ୍ରଶାସନିକ ଟ୍ରିବୁ୍ୟନାଲ(ସ୍ୟାଟ୍) ଏବେ ଅଚଳ ଅବସ୍ଥାକୁ ଚାଲିଆସିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆନ୍ତରିକତାର ଅଭାବ ପାଇଁ ମହକିଲ ଏବେ ଭୋଗିବେ ଦୁର୍ଦ୍ଧଶା । ଆଗକୁ କଟକ ବେଞ୍ଚ ପ୍ରତ୍ୟେକ ସପ୍ତାହର କାର୍ଯ୍ୟ ଦିବସରେ ମଧ୍ୟ ଦିନଟିଏ ବନ୍ଦ ରହିବ । କାରଣ କୋର୍ଟ ଚାଲିବା ନେଇ ନାହାନ୍ତି ଆବଶ୍ୟକ ସଦସ୍ୟ, ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ । ଖାଲି ପଡିଥିବା ଅଧ୍ୟକ୍ଷ, କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ହେଉନଥିବାରୁ ବିଚାରଧିନ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟପକ୍ଷରେ ଡିଭିଜନ ବେଞ୍ଚ ବସିପାରୁନଥିବାବେଳେ ଗତ ୫ତାରିଖରେ ଅବସର ଗ୍ରହଣ କରିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ବି କେ ଦାସ । ତେବେ ମାମଲା ଶୁଣାଣିରେ ଏକ ରକମ ଠପ ହୋଇଯିବାର ସମ୍ଭାବନା ରହିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୫, ସେପ୍ଟେମ୍ବର ୯ତାରିଖରେ ସ୍ୟାଟ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ନେଇଥିବା ବେଳେ ଏ ନେଇ ଆଇନଜୀବୀ ଓ ସରକାରୀ କର୍ମ·ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସ୍ୟାଟ୍ରେ ୬୭ ହଜାରରୁ ଊଦ୍ଧ୍ୱର୍ ବି·ରାଧୀନ ମାମଲାର ଭବିଷ୍ୟତ ସଂପର୍କରେ କୌଣସି ସ୍ପଷ୍ଟ କରାଯାଇନଥିଲା । ସେତେବେଳେ ଆଇନଜୀବୀ ସଂଘର ପ୍ରତିନିଧିମାନେ ରାଜ୍ୟପାଳ, ହାଇକୋର୍ଟ ମୁଖ୍ୟ ବି·ରପତି, ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ନିକଟରେ ଏପରି ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସରକାର ମଧ୍ୟ ଏ ଦିଗରେ ସକରାତ୍ମକ ନିଷ୍ପତ୍ତି ପାଇଁ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ପରବର୍ତ୍ତିୀ ସମୟରେ ସ୍ୟାଟ୍ ପ୍ରତି ଅବହେଳା କରାଯାଇଥିଲା । ୨୦୧୪ ମସିହା ଜୁନରୁ କୌଣସି ସ୍ଥାୟୀ ଅଧ୍ୟକ୍ଷ ଏଠାରେ ନାହାନ୍ତି । ସ୍ୟାଟରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ରହିବା କଥା । ଗତ ୨୦୧୭, ଜୁନ୍ ୧୦ରେ ଜଣେ ପ୍ରଶାସନିକ ସଦସ୍ୟଙ୍କ ଅବସର ଗ୍ରହଣ ପରେ ଏହାପରେ ୫ଟି ସଦସ୍ୟ ପଦ ଖାଲି ପଡିଥିଲା । ଏହାପରେ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ ବଢିଲାନି କାର୍ଯ୍ୟକାଳ । ତାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ହାଇକୋର୍ଟଙ୍କ ସୁପାରିଶକ୍ରମେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ, ମାତ୍ର କେନ୍ଦ୍ର କୌଣସି ପଦକ୍ଷେପ ନେଲାନାହି । ତେବେ ଏବେ ମାତ୍ର ଦୁଇ ଜଣକୁ ନେଇ କୋର୍ଟ ଚାଲିଛି । ଜଣେ ବିଚାର ବିଭାଗୀୟ ସଦସ୍ୟ ଓ ଜଣେ ପ୍ରଶାସନିକ ସଦସ୍ୟ ସ୍ୟାଟ୍ରେ ମାମଲା ଗୁଡିକ ବି·ର କରୁଛନ୍ତି । ଅନ୍ୟ ପକ୍ଷରେ ପ୍ରଶାସନିକ ସଦସ୍ୟ ୨୦୧୯, ଫେବ୍ରୁଆରି ୨୭ ଓ ବି·ର ବିଭାଗୀୟ ସଦସ୍ୟଙ୍କ କାର୍ଯ୍ୟକାଳ ୨୦୨୦ ମସିହା ଫେବ୍ରୁଆରି ୪ତାରିଖରେ ସମାପ୍ତ ହେବ । ଭୁବନେଶ୍ୱରର ପ୍ରମୁଖ ବେଞ୍ଚ ସହିତ କଟକ ବେଞ୍ଚ, ସମ୍ବଲପୁର ଓ ବ୍ରହ୍ମପୁର ସର୍କିଟ ବେଞ୍ଚରେ ମାମଲା ଗୁଡିକର ଶୁଣାଣି ପାଇଁ ମାତ୍ର ୨ ଜଣ ସଦସ୍ୟ ରହିବା ଦ୍ୱାରା ବି·ର ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି । ସରକାର ଏ ନେଇ ପଦକ୍ଷେପ ଗ୍ରହଣ ନକଲେ ରାଜ୍ୟବାପୀ ଆଇନଜୀବୀମାନେ ଆନେ୍ଦାଳନକୁ ଓହ୍ଲାଇବାର ସମ୍ଭାବନା ରହିଛି ।