ସ୍କୁଲ ଖୋଲିବାକୁ ନେଇ ବଡ ଖବର, ଦ୍ୱନ୍ଦ ଦୂର କଲେ ମନ୍ତ୍ରୀ ସମୀର ଦାଶ

Dec 31, 2021 - 06:12
 65
ସ୍କୁଲ ଖୋଲିବାକୁ ନେଇ ବଡ ଖବର, ଦ୍ୱନ୍ଦ ଦୂର କଲେ ମନ୍ତ୍ରୀ ସମୀର ଦାଶ
ଭୁବନେଶ୍ୱର: ସ୍କୁଲ ଖୋଲିବାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଦ୍ୱନ୍ଦ ଦୂର କରିଛନ୍ତି । ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ଆସନ୍ତା ୩ତାରିଖରୁ ହିଁ ପ୍ରଥମରୁ ପଂଚମ ଶ୍ରେଣୀ ଅଫଲାଇନ ପାଠପଢା ଚାଲିବ । ଏଥିରେ କୌଣସି ଦ୍ୱନ୍ଦ ନାହିଁ । ଏଥିପାଇଁ ନୋଡାଲ ଅଫିସରମାନେ ଜିଲ୍ଲା ଗୁଡିକ ବୁଲୁଛନ୍ତି । ଡିଇଓ ଓ ବିଇଓଙ୍କ ସହ ସଚିବ ବୈଠକ କରୁଛନ୍ତି । ତେବେ ବିଦ୍ୟାଳୟ ଗୁଡିକରେ ସମସ୍ତ ପ୍ରକାର କରୋନା କଟକଣାକୁ ମାନି ବିଦ୍ୟାଳୟରେ ଶିକ୍ଷାଦାନ କରାଯିବ । ଏଥିପାଇଁ ବିଦ୍ୟାଳୟ ପରିସର ଗୁଡିକୁ ସ୍ୱଚ୍ଛ କରାଯାଉଛି । ଏହା ସହିତ ଯେଉଁମାନେ ଅନଲାଇନରେ କ୍ଲାସ କରିବାକୁ ଚାହିଁବେ, ସେମାନେ ମଧ୍ୟ ଅନଲାଇନ ମାଧ୍ୟମରେ କ୍ଲାସ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।