ସାରେଗାମା ଓଡିସେନରେ ଚୟନ ହେଲେ ଅଶୋକ

Aug 13, 2018 - 18:57
 203
ଜୟପୁର, ୧୩/୮(ସକାଳକବର): ଜୟପୁରର ଯୁବକ ଅଶୋକ କପୁର ଜି ଟିଭି ତରଫରୁ ଆୟୋଜିତ ସାରେଗାମାର ଓଡିସନରେ ଚୟନ ହୋଇଛନ୍ତି । ସେ ଜୟପୁର ବାରଣିପୁଟର ମାଳିଗୁଡାରେ ରହୁଥିବା ବେଳେ ଜି ଟିଭି ଦ୍ୱାରା ସାରେଗାମା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଚୟନ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଅଶୋକ ଗୀତ ଗାଇ ସଫଳ ହୋଇ ଚୟନ ହୋଇଛନ୍ତି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦିଲ୍ଲୀ, ଝାଡଖଣ୍ଡ, ଉତର ପ୍ରଦେଶ, ଛତିଶଗଡ ଭଳି ରାଜ୍ୟର ପ୍ରତିଯୋଗିମାନେ ଭାଗ ନେଇଥିଲେ । ପାଖା ପାଖି ୩ ହଜାରରୁ ଅଧକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଜୟପୁରର ଅଶୋକ ଚୟନ ହୋଇ ରାଜ୍ୟ ତଥା ଜିଲାର ନାମକୁ ରଖିଛନ୍ତି । ସେ ଚୟନ ହୋଇଥିବାରୁ କୋରାପୁଟ ଜିଲାବାସୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି । ଅଶୋକ ଉକ୍ତ ପ୍ରତିଯୋଗିତାରେ ହିନ୍ଦି ଗୀତ ଗାଇଥିଲେ । କଚେଧାଗେ ଫିଲମର ହିନ୍ଦି ଗୀତ ଓ ପର ଖୁଦା ଗୀତ ଗାଇ ଚୟନ ହୋଇଛନ୍ତି ।