ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ ପ୍ରତିବାଦ

Sep 30, 2018 - 15:04
 173
ସାମ୍ବାଦିକଙ୍କୁ ଆକ୍ରମଣର ଦୃଢ ପ୍ରତିବାଦ
ଅନୁଗୋଳ:- ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ଅନୁଗୋଳ ସାମ୍ବାଦିକ ସମୂହଙ୍କ ପକ୍ଷରୁ ଦୃଢ ନିନ୍ଦା କରା ଯାଇଛି । ପୁରୀ ଓ ସୋର ରେ ଯେଭଳି ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ କରା ଯାଇଛି ସେହି ଘଟଣା ନେଇ ଆଜି କାର୍ୟ୍ୟରତ ସାମ୍ବାଦିକ ମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ଏହାର ପ୍ରତିବାଦ କରିଛନ୍ତି । ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରି କାର୍ୟ୍ୟରତ ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ଦାବି କରିଛନ୍ତି । ପୁରୀ ଏବଂ ସୋର ଠାରେ ସାମ୍ବାଦିକ ମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୋଷୀ ମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ସାମ୍ବାଦିକ । ଆଜିର ଦିନରେ ୪ର୍ଥ ସ୍ତମ୍ବ ଉପରେ ଯେଉଁଭଳି ଭାବରେ ଆକ୍ରମଣ କରା ଯାଉଛି ଏବଂ ଏହା ପରେ ଆକ୍ରମଣକାରୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରା ଯାଉଛି ତାହାକୁ ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି । ତୁରନ୍ତ ସମସ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାବାକୁ ସାମ୍ବାଦିକ ମାନେ ଦାବି କରିଛନ୍ତି ।ଏହି ପ୍ରତିବାଦ ସଭାରେ ସାମ୍ବାଦିକ ରଘୁନାଥ ସାହୁ, ଶୁଭ୍ରାଂଶୁ ପ୍ରଧାନ, ସୁଶାନ୍ତ କୁମାର ସାହୁ, ସୋମରେଶ ନାଥ, ପର୍ଶୁରାମ ଦାଶ, ଅମିତ ମୋଦୀ, ବିକାଶ ସାହୁ,ସଂଜୀବ ଦାସ, ଭିକାରୀ ମହାନ୍ତି, ସଂଗ୍ରାମ ନାଥ, ସୁଶାନ୍ତ ସେଠି ଙ୍କ ସମେତ ବହୁ ସାମ୍ବାଦିକ ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ।