ସରିଲା ବିବାହ: ପତି-ପତ୍ନୀ ହେଲେ ଆଲିଆ-ରଣବୀର

Apr 14, 2022 - 15:11
 48
ସରିଲା ବିବାହ: ପତି-ପତ୍ନୀ ହେଲେ ଆଲିଆ-ରଣବୀର
ମୁମ୍ବାଇ: ବହୁ ବର୍ଷ ଅପେକ୍ଷାର ଅନ୍ତ ଘଟିଲା। ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ। କିଛି ବର୍ଷ ହେଲା ପ୍ରେମ ସଂପର୍କରେ ଥିବା ରଣବୀର ଓ ଆଲିଆ ଶେଷରେ ବିବାହ କରିଛନ୍ତି। ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର। ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳ ଆଜିଠାରୁ ପତି-ପତ୍ନୀ ଭାବରେ ନିଜର ଯାତ୍ରା ଆରମ୍ଭ କରିବେ। ମୁମ୍ବାଇର ବାନ୍ଦ୍ରା‌ରେ ଥିବା ରଣବୀରଙ୍କ ଘର ବାସ୍ତୁରେ ଦୁହିଁଙ୍କ ବିବାହ ଶେଷ ହୋଇଛି।