ସମବାୟ ସମିତି ଜାଗାରେ ବେଆଇନ ନିର୍ମାଣ ମାମଲା

May 19, 2018 - 15:04
 187
କଟକ,୧୯ା୫(ସକାଳଖବର): ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାଇଲୋ ଓ ତାଳପଡା ପଞ୍ଚାୟତକୁ ନେଇ ଗଠିତ ସାଇଲୋ ସେବା ସମବାୟ ସମିତି ଜାଗା ଉପରେ କୌଣସି ପ୍ରକାର ନିର୍ମାଣ ଉପରେ ହାଇକୋର୍ଟ ଅଙ୍କୁଶ ଜାରି କରିଛନ୍ତି । ହାଇକୋର୍ଟ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସମିତିର ସଭ୍ୟ ପ୍ରଦୀପ କୁମାର ସାହୁ, ପ୍ରମୋଦ କୁମାର ସାହୁ ଓ ଅନ୍ୟ ୩ଜଣଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି କରି ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାରେ ଆବେଦନକାରୀଙ୍କ ଆପତ୍ତି ଉପରେ ଜିଲ୍ଲାପାଳ ଶୁଣାଣି କରି ୬ ମାସ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରିବେ । ଜିଲ୍ଲାପାଳ ମାମଲାର ଶୁଣାଣି ସମୟରେ ଆବେଦନକାରୀ ଓ ସାଇଲୋ ସେବା ସମବାୟ ସମିତି ସଭାପତିଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବେ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ ସାନି ନିଷ୍ପତ୍ତି ଗ୍ରହଣ କରିବା ପର୍ଯ୍ୟନ୍ତ ସମବାୟ ସମିତିର ଜମି ଉପରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ହେମନ୍ତ କୁମାର ରାଟସିଂହ ମାମଲା ପରିଚାଳନା କରୁଥିଲେ ।