ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୟାଟସ୍ ୨୦୧୭ର ଶ୍ରେଷ୍ଠ ୨୦ଜଣ ବିଜେତାଙ୍କୁ ଇସ୍ରୋ ପରିଦର୍ଶନକୁ ପତାକା ଦେଖାଇ ଉନ୍ମୋଚନ

Jun 9, 2018 - 10:31
 220
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୟାଟସ୍ ୨୦୧୭ର ଶ୍ରେଷ୍ଠ ୨୦ଜଣ ବିଜେତାଙ୍କୁ ଇସ୍ରୋ ପରିଦର୍ଶନକୁ ପତାକା ଦେଖାଇ  ଉନ୍ମୋଚନ
ଭୁବନେଶ୍ୱର:୮/୬(ସକାଳକବର) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସଚିବାଳୟ, ଭୁବନେଶ୍ୱରଠାରେ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ସହଯୋଗରେ ଟାଟା ଷ୍ଟିଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନ୍ୱେଷଣ (ୟାଟସ୍) ୨୦୧୭ ସଂସ୍କରଣର ଶ୍ରେଷ୍ଠ ୨୦ ବିଜେତାଙ୍କ ଇସ୍ରୋ ପରିଦର୍ଶନକୁ ପତାକା ଦେଖାଇ ଉନ୍ମୋଚନ କରିଛନ୍ତି । ଓଡ଼ିଶାରୁ ଚୟନ କରାଯାଇଥିବା ଏହି ଉଦୀୟମାନ ଜ୍ୟୋତିବିଜ୍ଞାନୀମାନେ ଅହମ୍ମଦାବାଦ ଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର ପରିଦର୍ଶନ କରିବେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଏହି କେନ୍ଦ୍ର ପରିଦର୍ଶନ କରିବା ସହିତ ଦେଶର ଯେଉଁ ଶ୍ରେଷ୍ଠ ମହାକାଶ ବିଜ୍ଞାନୀମାନେ ସେଠାରେ ରହିଛନ୍ତି ସେମାନଙ୍କ ସହିତ କଥାବାର୍ତା ହେବାର ସୁଯୋଗ ପାଇବେ । ଏହି ଅବସରରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧୨ତମ ସଂସ୍କରଣ ୟାଟସ୍ ୨୦୧୮କୁ ଉନ୍ମୋଚିତ ହୋଇଛି । ୨୦୧୭ରେ ଛାତ୍ରଛାତ୍ରୀମାନେ ଜବରଦସ୍ତ ଅଂଶଗ୍ରହଣ କରିଥିବାରୁ ପରବର୍ତି ସଂସ୍କରଣରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ୟାଟସ୍କୁ ଅଧିକ ଉତ୍ସାହ ଓ ଉଦ୍ଧୀପନାର ସହ ଆୟୋଜନ କରାଯାଉଛି । ୨୦୧୮ର ବିିଷୟବସ୍ତୁ ହେଉଛି “ଏବେଠାରୁ ପରବର୍ତି ୫୦ ବର୍ଷ ମହାକାଶ ଅନୁସନ୍ଧାନର କଳ୍ପନା” ଓ ଏଥିରେ ଏହି ପ୍ରତିଯୋଗିତାଗୁଡ଼ିକ ସାମିଲ ହେବ: ଏକ ଖୋଲା-କୁଇଜ୍ (ଷଷ୍ଟରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ) , ଏକ ପ୍ରବନ୍ଧ ପ୍ରତିଯୋଗିତା (ଏକାଦାଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ) ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରତି ଜିଲ୍ଲାରୁ ଦୁଇ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ ଓ ପଠାଣୀ ସାମନ୍ତଙ୍କ ଜୟନ୍ତୀ ଅବସରରେ ଡିସେମ୍ବର ୧୩ରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ପାଇଁ ସେମାନଙ୍କୁ ଆମନ୍ତ୍ରଣ କରାଯିବ । ସେଠାରେ ଶ୍ରେଷ୍ଠ ୨୦ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯିବ ଓ ସେମାନଙ୍କୁ ସେଠାରେ ପୁରସ୍କୃତ କରାଯିବ ଏବଂ କିଛି ଦିନ ପରେ ସେମାନଙ୍କୁ ପରିଦର୍ଶନରେ ନିଆଯିବ । ଏହି ଅବସରରେ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର, ସ୍କୁଲ ଓ ଗଣ ଶିକ୍ଷା ଓ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ଆର୍ ବାଲକୃଷ୍ଣନ, ଉନ୍ନତ କମିସନର ତଥା ଅତିରିକ୍ତ ମୁଖ୍ୟ ସଚିବ ଓ ଓଡ଼ିଶା ସରକାରଙ୍କ ପି ଆଣ୍ଡ ସି ବିଭାଗ ସଚିବ, ଶ୍ରୀଯୁକ୍ତ ନିକୁଂଜ ବିହାରୀ ଧଳ, ପ୍ରମୁଖ ସଚିବ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର ଓ ଶ୍ରୀଯୁକ୍ତ ରାଜୀବ ସିଂଘଲ, ପରି·ଳନା ନିର୍ଦେଶକ, ଭୂଷଣ ଷ୍ଟିଲ୍, ଟାଟା ଷ୍ଟିଲ୍ ଗ୍ରୁପ୍ର ଏକ କଂପାନି ଏହି ଅବସରରେ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେତା ଛାତ୍ରଛାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଆଗ୍ରହ ପାଇଁ ପ୍ରଶଂସା କରିଥିଲେ ଓ ଇସ୍ରୋ ପରିଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ରାଜୀବ ସିଂଘଲ କହିଛନ୍ତି ଯେ, “ୟାଟସ୍ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହା ଓଡ଼ିଶାର ପ୍ରତିଭାବାନ ଯୁବପିଢ଼ିଙ୍କୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଥିବା ସେମାନଙ୍କ ଆବେଗକୁ ସମୃଦ୍ଧ କରିବାର ଏକ ମଂଚ ।