ଶ୍ରବଣ ଯନ୍ତ୍ର ବିତରଣ ଶିବିର ଅନୁଷ୍ଠିତ

Aug 9, 2018 - 18:14
 162
ଶ୍ରବଣ ଯନ୍ତ୍ର ବିତରଣ ଶିବିର ଅନୁଷ୍ଠିତ
ଅନୁଗୋଳ,୯/୮ (ସକାଳଖବର): ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାରେ ୭୦ ଜଣ ପିଲାଙ୍କୁ ଆଜି ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦ ସମ୍ମୀଳନୀ ଗୃହରେ ପୂର୍ବାହ୍ନରେ ଆୟୋଜିତ ଶ୍ରବଣ ଯନ୍ତ୍ର ପ୍ରଦାନ କରିବା ସହ ଜିଲ୍ଲାରେ ଶ୍ରବଣ ସମସ୍ୟା ଥିବା ସବୁ ପିଲାଙ୍କୁ ଚିହ୍ନଟ କରି ସହାୟତା କରିବା ନିମନ୍ତେ ସଚେତନତାର ବାର୍ତ୍ତା ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଜନ୍ମଗତ ହେଉ କିମ୍ବା କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ଶ୍ରବଣଶକ୍ତି ହରାଇଥିବା ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବା ସହ ସେମାନଙ୍କ ମଧ୍ୟରେ ଥିବା ଅସାଧାରଣ ପ୍ରତିଭାର ଉନ୍ମୋଚନ ନିମନ୍ତେ ସବୁ ପିତାମାତା ବିଶେଷ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତିରାୟ ଯୋଗ ଦେଇ ଶ୍ରବଣ ସମସ୍ୟା ଥିବା ପିଲାମାନଙ୍କୁ ସଠିକ ଭାବେ ଚିହ୍ନଟ କରି ସେମାନଙ୍କର ଚିକିତ୍ସା ଓ ସରକାରୀ ସୁବିଧଶ ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ରବି ଚନ୍ଦ୍ର ଗଡ଼ନାୟକ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରର କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପରିଚାଳିକା ଯଶଶ୍ରୀ ଜେନା ଏହି ଶିବିରର ଉଦେ୍ଧା୍ୟ ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯକ୍ଷ୍ମା ନିରାକରଣ ଅଧିକାରୀ ଡ଼ା.ତ୍ରୀଲୋଚନ ପ୍ରଧାନ, ଏଡ଼ିଏମଓ (ଜନସ୍ୱାସ୍ଥ୍ୟ) ଡ଼ା. ରାକେଶ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ସେଠୀଙ୍କ ସମେତ ଶ୍ରବଣ ଯନ୍ତ୍ର ଯୋଗାଇ ଥିବା କଲିକତାର ଏ ଏଲ ପି ସଂସ୍ଥା, ଶ୍ରବଣ ସମସ୍ୟା ଥିବା ପିଲା ଓ ସେମାନଙ୍କର ଅଭିଭାବକମାନେ ଯୋଗ ଦେଇଥିଲେ ।