ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ବିଜେପି-ବିଜେଡି, ଆଣିଲେ ଏପରି ଅଭିଯୋଗ

Feb 23, 2022 - 09:49
 55
ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ ବିଜେପି-ବିଜେଡି, ଆଣିଲେ ଏପରି ଅଭିଯୋଗ
ଭୁବନେଶ୍ୱର: ପଞ୍ଚାୟତ ଭୋଟ ଅନିୟମିତତା ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଉଭୟ ବିଜେପି ଓ ବିଜେଡି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ହିଂସା, ମାରପିଟ୍, ରିଗିଂ ସହିତ ଅନ୍ୟ ଅନିୟମିତତା ପ୍ରତିବାଦରେ ଉଭୟ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସ ଆଗରେ ଧାରଣାରେ ବସିଥିବା ବେଳେ ଆଜି ନିର୍ବାଚନ କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବ। ବରିଷ୍ଠ ବିଜେପି ନେତା ସୁରତ ବିଶ୍ୱାଳ କହିଛନ୍ତି, ଗଣତନ୍ତ୍ରରେ ପ୍ରଥମ ଥର ପାଇଁ ଅରାଜକତା ଓ ହିଂସା ଦେଖିବାକୁ ମିଳିଛି। ବିଜୁ ଜନତା ଦଳ ପଞ୍ଚାୟତ ନିର୍ବାଚନକୁ ପ୍ରହସନରେ ପରିଣତ କଲାଣି। ସମସ୍ତ ଅଫିସରକୁ ବିଜେଡି ସପକ୍ଷରେ ପ୍ରଚାର କରିବା ବାଧ୍ୟ କରୁଛି। ଆମେ ଏନେଇ ନିର୍ବାଚନ କମିଶନରଙ୍କ ପାଖରେ ଅଭିଯୋଗ କଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ରାଜ୍ୟ ନିର୍ବାଚନ କମିଶନ ପକ୍ଷ ପାତିତା କରୁଛନ୍ତି। ଏଥିପାଇଁ ଆମେ ଆଜି ରାଜ୍ୟ ନିର୍ବାଚନ କମିଶନ ଅଫିସ ଆଗରେ ଧାରଣା ଦେଇଛୁ। ଆମେ ପଞ୍ଚାୟତ ନିର୍ବାଚନରେ ଅନିୟମିତତା ପ୍ରତିବାଦରେ ଧାରାଣା ଦେଉଛୁ, ତେବେ ବିଜୁ ଜନତା ଦଳ ଏଠି କ’ଣ କରୁଛି? ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ପଞ୍ଚାୟତ ନିର୍ବାଚନରେ ହେଉଥିବା ହିଂସା, ମାରପିଟ୍, ରିଗିଂ ସହିତ ଅନ୍ୟ ଅନିୟମିତତା ନେଇ ଆମେ ଆଠ ଧର ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛୁ। ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏଥିପାଇଁ ଆମେ ରାଜ୍ୟ ନିର୍ବାଚନ କମିଶନଙ୍କୁ ପୁଣି ଭେଟିବାକୁ ଆସିଛୁ।