ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା

Feb 26, 2019 - 18:52
 161
ଭୁବନେଶ୍ୱର,୨୬/୨(ସକାଳଖବର): ମଙ୍ଗଳବାର ୨୦୧୭ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଉକ୍ତ ବର୍ଷ ପାଇଁ ଏଡିଟର ରବିଶଙ୍କର ପଟ୍ଟନାୟକ "ଜୟଦେବ ସମ୍ମାନ' ପାଇବେ । "ହେଲୋ ଆରସି' ପାଇଁ ପାର୍ଥସାରଥୀ ରାୟ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ । ସେହିଭଳି ସମ୍ବିତ ମହାନ୍ତି ଶ୍ରେଷ୍ଠ ନିଦେ୍ର୍ଧଶକ ଭାବେ ଏହି ସିନେମା ପାଇଁ ପୁରସ୍କୃତ ହେବେ । ଅନ୍ୟପକ୍ଷରେ "ଲୈଲା ଓ ଲୈଲା' ପାଇଁ ସନମୀରା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ । ସେହିପରି ୬ଷ୍ଠ ରାଜ୍ୟ ଟେଲି ପୁରସ୍କାର ବି ଘୋଷଣା କରାଯାଇଛି । ତରଙ୍ଗ ଚ୍ୟାନେଲରେ ପ୍ରସାରିତ "ନୂଆବୋହୂ' ଶ୍ରେଷ୍ଠ ଧାରାବାହିକ ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ "ନୂଆବୋହୂର' ଜଗଜିତ ପାଲ୍ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଟେଲି ପୁରସ୍କାର ପାଇବେ ।