ରାଜ୍ୟରେ ଭାଜପା ସରକାର ସରକାର ଗଢିବା ନିଶ୍ଚିତ- ଅରୁଣ ସିଂ

Apr 15, 2019 - 04:35
 179
କେନ୍ଦୁଝର, ୧୩/୪(ସକାଳଖବର): ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଢିବା ପ୍ରାୟଥ- ଏକ ପ୍ରକାର ନିଶ୍ଚିତ ବୋଲି କହିଛନ୍ତି ରାଜ୍ୟ ପ୍ରଭାରୀ ଅରଉଣ ସିଂ । ପ୍ରତ୍ୟେକ ପରିବାରରୁ ଜଣଙ୍କୁ ଚାକିରୀ ଦିଆଯିବା ସଂଗେ ସଂଗେ କଲେଜ ପଢୁଆ ଝିଅମାନଙ୍କୁ ମାଗଣାରେ ସ୍କୁଟି ପ୍ରଦାନ କରାଯିବ ବୋଲି କେନ୍ଦୁଝରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଅରୁଣ ସିଂ ଘୋଷଣା କରିଛନ୍ତି । ଶନିବାର ଦିନ କେନ୍ଦୁଝର ସହର ମଧ୍ୟସ୍ଥିତ ହୋଟେଲ ସାନ୍ସର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରି ଅରୁଣ ସିଂ ଉପରୋକ୍ତ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, କେନ୍ଦ୍ରରେ ମୋଦୀ ସରକାର, ରାଜ୍ୟରେ ଭାଜପା ସରକାର ହେବା ନିଶ୍ଚିତ ବୋଲି ସେ ଦାବୀ କରିବା ସହ ତାଙ୍କ ସରକାର ଆସିଲେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଋଣ ଛାଡ, ପ୍ରତ୍ୟେକ ଏସ୍ଏଚ୍ଜିଙ୍କୁ ଡାଟା ପ୍ୟାକ୍ ସହିତ ମୋବାଇଲ ପ୍ରଦାନ, କୃଷକମାନଙ୍କ ଋଣର ସୁଧ ଛାଡ, ବରିଷ୍ଠ ନାଗରିକମାନଙ୍କର ପେନସନକୁ ଦ୍ୱିଗୁଣା କରିବା, ବନ୍ୟଜାତ ଦ୍ରବ୍ୟ ବିକ୍ରୟର ସର୍ବନିମ୍ନ ସହାୟକ ମୂଲ୍ୟର ବର୍ତମାନର ଦେଢଗୁଣା କରାଯିବ ବୋଲି ଏହି ଅବସରରେ ସେ ଘୋଷଣା କରିଛନ୍ତି । ଓଡିଶାରେ ମୋଦୀ ଓ ଭାଜପା ଲହର ଜାରୀ ରହିଛି । ନବୀନ ବାବୁ ଓଡିଶାରୁ ବିଦାୟ ହେଲେ ଓଡିଆ ଭାଷା ଜାଣିଥିବା ବ୍ୟକ୍ତିଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସେ କହିଥିଲେ । କେନ୍ଦୁଝର ଜିଲ୍ଲାର ଜିଲ୍ଲା ଖଣିଜ ପାଣ୍ଠିରେ ବ୍ୟାପକ ଘୋଟାଲା କରାଯାଇଛି । ଏଥିରେ ସଂପୃକ୍ତ ଅଧିକାରୀମାନଙ୍କୁ ଜେଲ୍ ପଠାଯିବ ବୋଲି ଅରୁଣ ସିଂ ପ୍ରକାଶ କରିଥିଲେ । ଜଣେ ଆଇଏଏସ୍ ଅଧିକାରୀଙ୍କ କଥାରେ ରାଜ୍ୟରେ ସରକାର ପରିଚାଳିତ ହେଉଛି । ସେହି ଅଧିକାରୀ ଜଣକ ବିଜେଡି ନେତା ଭଳି କାମ କରୁଛନ୍ତି ବୋଲି ଶ୍ରୀ ସିଂ ଅଭିଯୋଗ କରିଥିବା ବେଳେ ସଂପୃକ୍ତ ଅଧିକାରୀ ଜଣକଙ୍କର ଦଳ ପ୍ରତି ଯଦି ଏତେ ଦରଦ ଅଛି ତେବେ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବା ଉଚିତ ବୋଲି ଶ୍ରୀ ସିଂ ମତ ରଖିଥିଲେ । ଓଡିଶାରେ ଭାଜପା ସରକାର ଗଠନ ହେଲେ ସବୁ ଜିଲ୍ଲାରେ ନୂତନ ହସ୍ପିଟାଲ, ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି ସାଙ୍ଗକୁ ଖାଲି ପଡିଥିବା ଡାକ୍ତର ପଦବୀଗୁଡିକୁ ତୁରନ୍ତ ପୂରଣ କରାଯିବ ବୋଲି ଘୋଷଣା କରିଥିଲେ । ଏଥିସହ ଶୁକ୍ରବାର କେନ୍ଦୁଝର ଗସ୍ତରେ ଆସିଥିବା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘୋଷଣାରୁ ଉଦ୍ଧୃତ କରି କେନ୍ଦୁଝରରେ ଆଉ ଗୋଟିଏ ମେଡିକାଲ କଲେଜ ଏବଂ ଷ୍ଟିଲ ପ୍ଲାଟଂ ସ୍ଥାପନା କଥା ଦୋହରାଇ ଥିଲେ । ରାଜ୍ୟରେ ବିଜେଡି ଅନେକ ଟଙ୍କା ଖର୍ଚ୍ଚ କରିଚାଲିଛି କିନ୍ତୁ ଜିତିପାରିବ ନାହିଁ । ଭାଜପା ଓଡିଶାରେ ସରକାର ଗଠନ କରୁଥିବା ସେ ଦାବି କରିଥିବାବେଳେ କେନ୍ଦୁଝର ଲୋକସଭା ଆସନ ଏବଂ ତାହାର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।