ମୋଦୀଙ୍କୁ ଚିଠି ଲେଖିଲେ ନବୀନ, କାହିଁକି ଜାଣନ୍ତୁ

Nov 21, 2021 - 05:54
 54
ମୋଦୀଙ୍କୁ ଚିଠି ଲେଖିଲେ ନବୀନ, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନଭେମ୍ବରରେ ଶେଷ ହେଉଥିବା ପିଏମଜିକେଏୱାଇକୁ ଆଉ ୮ ମାସ ବୃଦ୍ଧି କରିବା ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଟଳି ନଥିବାରୁ ପିଏମଜିକେଏୱାଇକୁ ବୃଦ୍ଧି କରାଯାଉ । ଦେଶରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଅଛି । ୭ ମାସ ଧରି ପିଏମଜିକେଏୱାଇରେ ମାଗଣା ରାସନ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନଭେମ୍ବର ୫ ସୁଦ୍ଧା ଏନଏଫଏସଏ ହିତାଧିକାରୀ ୭ ମାସର ମାଗଣା ରାସନ ପାଇ ସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି । ୨୦୨୦ ମାର୍ଚ୍ଚ ମାସରୁ ଏହି ଯୋଜନାରେ ଗରିବ ପରିବାରକୁ ମାସିକ ମାଗଣାରେ ରାସନ ଯୋଗାଇ ଦିଆଯାଉଥିଲା । ରାଜ୍ୟ ସରକାର ମଧ୍ୟ ନିଜର ଅତିରିକ୍ତ ହିତାଧିକାରୀଙ୍କୁ ରାସନ ଯୋଗାଇଛନ୍ତି । କେନ୍ଦ୍ର ସହାୟତା ଦେବାକୁ କରିଥିବା ଘୋଷଣା ଅବଧି ଚଳିତ ମାସରେ ଶେଷ ହେଉଛି । କିନ୍ତୁ କରୋନା ସ୍ଥିତିରେ ଏବେ ବି ସୁଦ୍ଧାର ଆସିନଥିବାରୁ ଆଗାମୀ ୮ମାସ ପର୍ୟ୍ୟନ୍ତ ଲୋକଙ୍କୁ ସହାୟତା ଦେବାକୁ ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ।