ମହିଳା କଂଗ୍ରେସ ପ୍ରତିନିଧି ଦଳର ଅର୍ଜୁନଗୋଦା ଗସ୍ତ

Jan 10, 2019 - 19:07
 149
ମହିଳା କଂଗ୍ରେସ ପ୍ରତିନିଧି ଦଳର ଅର୍ଜୁନଗୋଦା ଗସ୍ତ
ଭୁବନେଶ୍ୱର, ୧୦/୧(ସକାଳଖବର): ଆଜି ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସାଂସଦ ସୁସ୍ମିତା ଦେବ, ଏଆଇସିସି ସଂପାଦକ ଜି. ରୁଦ୍ରରାଜୁ, ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ବରିଷ୍ଠ ଆଇନ୍ଜୀବୀ ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଧରଣୀଧର ନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ପୂର୍ବତନ ସଂପାଦକ ମାନସ ମଲ୍ଲିକ ପ୍ରମୁଖ କଂଗ୍ରେସର ଏକ ପ୍ରତିନିଧି ଦଳ ପିପିଲି ଅର୍ଜୁନଗୋଦା ଗ୍ରାମ ଗସ୍ତ କରି ମୃତ ବେବିନାଙ୍କ ପରିବାରକୁ ସାକ୍ଷାତ କରି ସେମାନଙ୍କ ପରିବାରକୁ ବିଜେଡି ନେତୃତ୍ୱାଧିନ ନବୀନ ସରକାର ଓ ବିଜେପି ନେତୃତ୍ୱାଧିନ ମୋଦି ସରକାର ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ଏହି କେସ୍ଟିକୁ ସିବିଆଇ ତଦନ୍ତ ଦାବିରେ ମହିଳା କଂଗ୍ରେସର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଖୁବ୍ଶୀଘ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିବେ । ପ୍ରକାଶଥାଉକି ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିଲେ ମଧ୍ୟ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବାରେ ଘୋର ଅବହେଳା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏଥିପାଇଁ ସର୍ବସାଧାରଣରେ କ୍ଷମା ନମାଗିଲେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏପରିକି ବିଜେଡିର ସାଂସଦମାନେ ସଂସଦରେ ବିଜେପିକୁ ସବୁ କ୍ଷେତ୍ରରେ ସହଯୋଗ କରି ଆସୁଛନ୍ତି । ଉଭୟ ସରକାର ସମପରିମାଣରେ ମହିଳାମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛନ୍ତି । ମା’କୁ ସମ୍ମାନ, ଗାଁକୁ କାମ ଏବଂ ବେଟି ବଂଚାଓ, ବେଟି ପଢାଅ ନାରା କୋଟି କୋଟି ମହିଳାଙ୍କ ଭାବାବେଗକୁ ଆଘାତ ଦେଇଛି । ମହିଳା କଂଗ୍ରେସ ପକ୍ଷରୁ ଶ୍ରୀମତୀ ଜେନାଙ୍କ ନେତୃତ୍ୱରେ ନିଆ ଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଫଳରେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥିଙ୍କ ଇସ୍ତଫା ଦେଇଥିଲେ ମଧ୍ୟ ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ନାଟକ ଛଡା ଆଉ କିଛି ନୁହେଁ । ଆଗାମୀ ଦିନରେ ରାଜ୍ୟର ସମସ୍ତ ମା’ମାନଙ୍କର ଆକ୍ରୋଶ ଏ ସରକାର ଉପରେ ପଡିବ ବୋଲି ଶ୍ରୀମତୀ ଜେନା ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପାତ୍ର, ପ୍ରଭାବତି ପଟ୍ଟନାୟକ, ସ୍ୱାଧିନବାଳା ଦାସ, କୁସୁମ ପ୍ରଧାନ, ଭାଗ୍ୟଶ୍ରୀ ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ଦୀପା ଚୌଧୁରୀ, ବିଶ୍ୱକଲ୍ୟାଣୀ କର, ପ୍ରଭାତି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।