ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର

Sep 25, 2021 - 11:26
 122
ବୋଟ୍ ଓଲଟିବା ଘଟଣା, ନିଖୋଜ ଓଡ୍ରାଫ୍ ଯବାନଙ୍କ ମୃତଦେହ ଉଦ୍ଧାର
ଆଠଗଡ଼ : କଟକ ମୁଣ୍ଡଳିରେ ଗତକାଲି ରବର ବୋଟ୍ ଓଲଟି ପଡ଼ିବା ପରେ ନିଖୋଜ ଥିବା ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। କଖଡ଼ି ମହାଳପଡ଼ା ଗୁମେଇ ସାହିରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତଦେହଟି ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ମୁଣ୍ଡଳି ସ୍ଥିତ ଓଡ୍ରାଫ୍ କ୍ୟାମ୍ପକୁ ନିଆଯାଇଥିବା ସୂଚନା ମିଳିଛି। ଗତକାଲି ଦିନ ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୁଣ୍ଡଳି ବ୍ରିଜ୍ ନିକଟରେ ମହାନଦୀରେ ଦନ୍ତା ହାତୀଟିଏ ଫସି ରହିଥିବା ବେଳେ ତାକୁ କୂଳକୁ ଘଉଡ଼ାଇ ଆଣିବା ପାଇଁ ଓଡ୍ରାଫ୍‌ର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ସେଠାକୁ ଯାଇଥିଲା। ଖବର ପ୍ରସାରଣ ପାଇଁ ସେମାନଙ୍କ ସହିତ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ମଧ୍ୟ ଯାଇଥିଲେ। ତେବେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।