ବେଳାଭୂମି ପାଖ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍

Oct 17, 2021 - 06:29
 94
ବେଳାଭୂମି ପାଖ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍
ଭୋଗରାଇ, ୧୭/୧୦: ବାଲେଶ୍ଵର ଜିଲ୍ଲା ଭୋଗରାଇ ଉଦୟପୁର ବେଳାଭୂମି ନିକଟବର୍ତ୍ତୀ ହୋଟେଲରେ ସେକ୍ସ ରାକେଟ୍ । ଦୀର୍ଘଦିନ ଧରି ଏଠାରେ ଚାଲିଥିବା ଦେହ ବ୍ୟବସାୟର ପର୍ଦ୍ଦାଫାସ କରିଛି ପୋଲିସ । ସୂଚନାନୁସାରେ, ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ଦେହଜୀବୀଙ୍କୁ ଆଣି ବ୍ୟବସାୟ ଚାଲିଥିଲା । ଏନେଇ ଗ୍ରାମବାସୀ ମାନେ ବାରମ୍ବାର ସ୍ଥାନୀୟ ମେରାଇନ୍ ଥାନା ଏବଂ ଏସଡିପିଓଙ୍କ ପାଖରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଶେଷରେ ଏହାକୁ ବିରୋଧ କରି ହୋଟେଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶନିବାର ବିଳମ୍ବିତ ରାତିରେ ହୋଟେଲ କର୍ମଚାରୀ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ଖବର ପାଇ ତାଳସାରି ସମୁଦ୍ର ଥାନା ପୋଲିସ ପହଞ୍ଚି ରାକେଟର ପର୍ଦ୍ଦାଫାସ କରିଥିଲା । ଏହାସହ ଘଟଣାର ତଦନ୍ତ ମଧ୍ୟ ଚାଲିଥିବା ସୂଚନା ମିଳିଛି ।