ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

Apr 18, 2019 - 18:43
 151
ପୁରୀ, ୧୮/୪(ସକାଳଖବର): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାମଲେଙ୍କା ପଂଚାୟତର ବ୍ରାହ୍ମଣଦେଓ ଗ୍ରାମରେ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି । ପୂର୍ବରୁ ଏହି ଗ୍ରାମରେ ଥିବା ଅଧିକାଂଶ ବିଜେଡି କର୍ମୀ ବିଜେପିରେ ମିଶିଯାଇଥିବାରୁ ଗ୍ରାମରେ ଉତେଜନା ଲାଗି ରହିଥିଲା । ଗୁରୁବାର ବିଜେପି ରାଲି ଗ୍ରାମ ଦେଇ ଯିବାପରେ ଉଭୟ ପକ୍ଷରୁ ଏହି ଘଟଣାକୁ ନେଇ ବାକବିତଣ୍ଡା ଓ ଠେଲାପେଲା ହୋଇ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ଉଭୟ ପକ୍ଷରୁ ଲୋକମାନଙ୍କୁ ଡାକିଥିବାବେଳେ ବିଜେପି ପକ୍ଷ ଲୋକ ବସିଥିବାବେଳେ ବିଜେଡିର ଲୋକମାନେ ଆସିନଥିଲେ । ଉଭୟ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଏତଲା ହୋଇଛି । ଘଟଣା ଉପରେ ପୋଲିସ ତୀକ୍ଷ୍ନ ନଜର ରଖିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଏଠାରେ ଅଧିକ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଜଣାପଡିଛି ।