ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Dec 4, 2018 - 19:25
 144
ଭୁବନେଶ୍ୱର, ୪/୧୨(ସକାଳଖବର): କୋଣାର୍କ ନୃତ୍ୟ ଉତ୍ସବ ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ବାଲୁକା ଶିଳ୍ପ ପ୍ରଦର୍ଶନୀ ପର୍ଯ୍ୟଟକମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲକ୍ଷ ଲକ୍ଷ ପର୍ଯ୍ୟଟକ ପ୍ରତିଦିନ ଏହି ପ୍ରଦର୍ଶନୀ ବୁଲି ଦେଖୁଛନ୍ତି । ଏହି ପ୍ରଦର୍ଶନୀରେ ୧୦୩ଟି ଷ୍ଟଲ ନିର୍ମାଣ କରାଯାଇଛି ଏବଂ ଇଟାଲୀ, ସ୍ପେନ, ନେଦରଲାଣ୍ଡ, ଜାପାନ, ଆମେରିକା ଆଦି ଦେଶର ଶିଳ୍ପୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଆୟୋଜିତ ଏକ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀମାନଙ୍କୁ ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ବିଭାଗୀୟ ସଚିବ ଶ୍ରୀ ବିଶାଳ ଦେବ, ଓଡ଼ିଶା ଲଳିତକଳା ଏକାଡେମୀର ସଭାପତି ଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।