ବନ୍ତଳା ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

Aug 23, 2018 - 18:37
 127
ବନ୍ତଳା ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
ଅନୁଗୋଳ ,୨୩/୮ (ସକାଳଖବର): ଅନୁଗୋଳ ଜିଲା ବନ୍ତଳା ମହାବିଦ୍ୟାଳୟରେ ଆଜି ଦେଖିବାକୁ ମିଳିଛି ଛାତ୍ର ଅଶାନ୍ତି । ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାବେଳେ ସଭାପତି ପଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି । ଯଦ୍ୱାରା ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖ ରାସ୍ତା କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ତେବେ ଖବର ପାଇ ବନ୍ତଳା ପୋଲିସ ଆସିବା ପରେ ପରିସ୍ଥିତି ଟିକେ ସୁଧିରିଛି ।