ବଜ୍ରପାତରେ ୩ ମୃତ

Aug 5, 2019 - 18:06
 140
ବାଲେଶ୍ୱର, ୫/୮(ସକାଳଖବର): ଆଜି ବଜ୍ରପାତରେ ବାଲେଶ୍ୱର ଜିଲ୍ଲାରେ ତିନି ଜଣ ପ୍ରାଣ ହରାଇଛନ୍ତି । କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ଏମାନଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଉତର ବାଲେଶ୍ୱରର ଜଳେଶ୍ୱର, ବସ୍ତା, ଭୋଗରାଇ ଅଂଚଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଭୋଗରାଇ ତହସିଲ୍ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ସୁଜୟ ଦାସ କ୍ଷେତରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତରେ ତାଙ୍କର ମୃତୁ୍ୟ ଘଟିଥିଲା । ସେହିପରି ଜଳେଶ୍ୱର ବ୍ଲକ ବରଡ଼ିହା ପଂଚାୟତର ବକୁଣ୍ଡି ଗ୍ରାମର ସନିତା ହାଂସଦା ବିଲରେ କାମ କରୁଥିବା ବଜ୍ରପାତରେ ପ୍ରାଣ ହରାଇଥିଲେ । ଅନୁରୂପ ଭାବେ ବସ୍ତା ବ୍ଲକ ଦୁଲାରବାଟି ଗ୍ରାମର କାଳିଚରଣ ରାଉତ କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତରେ ତାଙ୍କର ମୃତୁ୍ୟ ଘଟିଥିଲା ।