ପ୍ରମୋଦ ଭଗତଙ୍କୁ ୬ କୋଟି

Sep 8, 2021 - 09:29
 57
ପ୍ରମୋଦ ଭଗତଙ୍କୁ ୬ କୋଟି
ଭୁବନେଶ୍ୱର: ଗତ କିଛି ଦିନ ତଳେ ଟୋକିଓ ପାରା ଅଲିମ୍ପିକ୍ସରୁ ଭାରତର ଅଭିଯାନ ଶେଷ ହୋଇଛି । ଏବର୍ଷ ପାରା ଅଲିମ୍ପିକ୍ସରୁ ଭାରତ ପାଇଁ ଖେଳାଳୀ ମାନେ ଅଧିକ ସଂଖ୍ୟକ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥିପାଇଁ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି । ଏହାରି ଭିତରେ ଟୋକିଓ ପାରାଲିମ୍ପିକ୍ସରୁ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ୬ କୋଟିର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ଆଜି ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୬ କୋଟି ପୁରସ୍କାର ଦେବା ସହିତ ତାଙ୍କୁ ଗ୍ରୁପ ‘ଏ’ ଚାକରି ଦେବାପାଇଁ ଘୋଷଣା କରିଛନ୍ତି । ଏହା ସହିତ ପାରାଲିମ୍ପିକ୍ସ ବିଜେତା ମାନଙ୍କୁ ପୂର୍ବରୁ ଘୋଷଣା କରାଯାଇଥିବା ଅନୁସାରେ ପୁରସ୍କାର ମିଳିବ ବୋଲି କହିଛନ୍ତି । ସୂଚନାଯୋଗ୍ୟଯେ, ପିଲାଦିନୁ ପୋଲିଓ ଆକ୍ରାନ୍ତ ହୋଇଥିଲେବି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ରାଜ୍ୟର ପ୍ରଥମ କ୍ରାଡ଼ାବିତ ଭାବେ ସେ ପାରା ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ପାଇଥିଲେ । ତାଙ୍କର ଚମକôାର ପ୍ରଦର୍ଶନ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟିକରିଛି ।