ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Aug 9, 2022 - 05:37
 51
ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଛୁରାମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ପୁରୁଷୋତ୍ତମପୁର ୯।୮: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛୁରାମାଡରେ ଅନିରୁଦ୍ଧ ନାୟକ ନାମକ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଅନିରୁଦ୍ଧ ଖାଇସାରି ଘର ବାହାରେ ବୁଲୁଥିବା ସମୟରେ ସେହି ସାହିର ସାଗର ମାଝୀ ନାମକ ଯୁବକ ଏକ ଅଟୋରେ ଲୁଚି ରହିଥିଲେ । ସୁଯୋଗ ଦେଖି ସେ ଅନିରୁଦ୍ଧଙ୍କ ଉପରକୁ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରିଥିଲେ । ଅନିରୁଦ୍ଧ ଏହାର ପ୍ରତିବାଦ କରିବାରୁ ଯୁବକ ଜଣଙ୍କ ପୁନର୍ବାର ଛୁରୀରେ ଆକ୍ରମଣ କରିଥିଲା । ଫଳରେ ଅନିରୁଦ୍ଧଙ୍କ ପେଟରେ ଆଘାତ ଲାଗିଥିଲା । ତାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ମେଡିକାଲକୁ ପଠାଇ ଦେଇଥିବା ଜଣାପଡିଛି । ଉଭୟଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ତେଣୁ ଏହି ମରଣାନ୍ତକ ଆକ୍ରମଣ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଆଲୋଚନା ହେଉଛି ।