ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Sep 28, 2018 - 16:49
 175
ପରାକ୍ରମ ପର୍ବ ସମାରୋହକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ୨୮/୯ (ସକାଳଖବର):କୋଣାର୍କ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମିଳିତ କମାଣ୍ଡର ସ୧ିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ଯୋଧପୁରରେ ପହଂଚିଛନ୍ତି । ଯୋଧପୁର ବାୟୁ ସେନା ଘାଟିରେ ପହଂଚିବା ପରେ ସେ ତିନି ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର ଗ୍ରହଣ କରିଥିଲେ । ସେ କୋଣାର୍କ ଯୁଦ୍ଧ ସ୍ମାରକୀରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ପରିଦର୍ଶକ ପୁସ୍ତିକାରେ ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ ଆମ ମାତୃଭୂମିର ସୁରକ୍ଷା ଲାଗି ଉତ୍ସର୍ଗୀକୃତ ତଥା ସଂକଳ୍ପବଦ୍ଧ ସେନା ବାହିନୀ ପାଇଁ ଦେଶ ଗର୍ବିତ । ଦେଶ ପାଇଁ ଚରମ ତ୍ୟାଗ କରିଥିବା ତଥା ପିଢ଼ି ପରେ ପିଢ଼ି ପାଇଁ ପ୍ରେରଣାର ପ୍ରତୀକ ସାଜିଥିବା ସାହାସୀ ବ୍ୟକ୍ତିଙ୍କୁ ସେ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କୋଣାର୍କ ଷ୍ଟାଡ଼ିୟମରେ ପ୍ରଧାନମନ୍ତ୍ରୀ କୋଣାର୍କ ପର୍ବର ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ ।